banner
Breaking

ଚିଲିକାରେ ବୁଡିଲା ଡଙ୍ଗା

0

ଖୋର୍ଦ୍ଧା,୫।୫: କାଳବୈଶାଖୀ ଯୋଗୁ ଗୁରୁବାର ଏକ ଅଘଟଣ ଘଟିଛି। ଚିଲିକାରେ ଡଙ୍ଗା ବୁଡି ଜଣେ ନିଖୋଜ ଥିବା ବେଳେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି। କାଳବୈଶାଖୀ ପ୍ରଭାବରେ ଝଡ ତୋଫାନ ଯୋଗୁ ଏଭଳି ଘଟଣା ଘଟିଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଚିଲିକାରୁ ଏକ ଡଙ୍ଗାରେ ୮ ପର୍ଯ୍ୟଟକଙ୍କ ସହ ୧୧ ଜଣ ଫେରୁଥିଲେ। ସେତିକିବେଳେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଡଙ୍ଗାଟି ବୁଡିଯାଇଥିଲା। ସମସ୍ତ ପର୍ଯ୍ୟଟକ ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧିଥିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଅନ୍ୟପକ୍ଷେ, ଜଣେ ନିଖୋଜ ଥିବା ସୂଚନା ମିଳିଛି। ଉଦ୍ଧାରକାରୀ ଦଳ ୮ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାପଡିଛି।

Khansweb Solution Bhubaneswar

Leave A Reply

Your email address will not be published.