banner
Breaking

କୈଳାସ ଶିତ୍ୟାର୍ଥୀଙ୍କ ଜନ୍ମ ଦିବସ ପାଳନ ଓ ଶିଶୁ ସୁରକ୍ଷା ସଚେତନତା।

0

ଭୁବନେଶ୍ୱର,୧୧/୧: ଓଡ଼ିଶାର ଅଗ୍ରଣୀ ସ୍ବଚ୍ଛାସେବୀ ଅନୁଷ୍ଠାନ ମମ୍ ପକ୍ଷରୁ ନୋବେଲ ଶାନ୍ତି ପୁରସ୍କାର ପ୍ରାପ୍ତ ତଥା ବିଶିଷ୍ଟ ସମାଜସେବୀ କୈଳାସ ଶତ୍ୟାର୍ଥୀଙ୍କ ଜନ୍ମ ଦିବସକୁ ଶିଶୁ ସୁରକ୍ଷା ଦିବସ ଭାବେ ଭୁବନେଶ୍ୱରର ଭି ଏସ ଏସ ନଗରସ୍ଥିତ ହନୁମାନ ବସ୍ତିରେ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବଚପନ ବଚାଓ ଆନ୍ଦୋଳନର ଓଡିଶା ମୁଖ୍ୟ ସ°ଯୋଜକ ସତ୍ୟ ରଞ୍ଜନ ବିଶ୍ବାଳ ଯୋଗଦେଇ କୈଳାସ ଶିତ୍ୟାର୍ଥୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ବଚପନ୍ ବଚାଓ ଆନ୍ଦୋଳନ ପକ୍ଷରୁ ଶିଶୁ ସୁରକ୍ଷା ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ କାର୍ଯ୍ୟ ବିଷୟରେ କହିଥିଲେ। ମମର ଅଧକ୍ଷା ସୁଜାତା ନାୟକ ବଚପନ ଵଚାଓ ଆନ୍ଦୋଳନ ଓ ଟ୍ରଷ୍ଟର ମିଳିତ ସହଯୋଗରେ ଶିଶୁ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି ଓ ଆଗାମୀ ଦିନରେ ଏହାକୁ ଆହୁରି ତ୍ବରାନ୍ବିତ କରାଯିବ ବୋଲି କହିଵା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବସ୍ତିର ଶିଶୁ ଓ ଅଭିଭାବକ ଏବଂ ବହୁ ଜନସାଧାରଣ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.