banner
Breaking

ପିଲାଙ୍କ ଡେଙ୍ଗା ହେବାର ସହଜ ଉପାୟ

0

ପିଲାଙ୍କ ଉଚ୍ଚତା ବଢ଼ିବା ନେଇ ଅନେକ ମା’ ବାପା ଚିନ୍ତାରେ ଥାନ୍ତି। ଏଥିପାଇଁ କ’ଣ ଖାଇବା ପିଇବାକୁ ଦେବେ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ତେବେ ପିଲାଙ୍କୁ ପ୍ରତିଦିନ ପ୍ରୋଟିନ୍‌ ଏବଂ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଦେବା ଉଚିତ୍‌।

କ୍ଷୀର:
ଏଥିରେ ବହୁ ପରିମାଣର କ୍ୟାଲସିୟମ ଥାଏ, ଯାହା ହାଡ଼କୁ ମଜଭୁତ କରିଥାଏ। ଏହା ବ୍ୟତୀତ କ୍ଷୀର ମଧ୍ୟ ପ୍ରୋଟିନର ଏକ ଉତ୍ତମ ଉତ୍ସ, ଯାହା କୋଷର ବିକାଶରେ ସାହାଯ୍ୟ କରିଥାଏ, ତେଣୁ ପିଲାମାନଙ୍କୁ ପ୍ରତିଦିନ ଏକ ଗ୍ଲାସ କ୍ଷୀର ଦିଅନ୍ତୁ। ଯାହା ଶିଶୁର ଉଚ୍ଚତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

ସବୁଜ ପନିପରିବା:
ପ୍ରଚୁର ପରିମାଣର ପନିପରିବା ଖାଇବା ଆବଶ୍ୟକ। ପନିପରିବାରେ ଭିଟାମିନ-ସି, କ୍ୟାଲସିୟମ, ଆଇରନ, ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ଭଳି ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରକୁ ଆବଶ୍ୟକ ପରିମାଣର ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ ଏବଂ ପିଲାମାନଙ୍କର ଉଚ୍ଚତା ବୃଦ୍ଧିରେ ସାହାଯ୍ୟ କରିଥାଏ।

ଅଣ୍ଡା:
ଏକ ଅନୁସନ୍ଧାନ ଅନୁଯାୟୀ, ପ୍ରତିଦିନ ଦୁଇଟି ଅଣ୍ଡା ଖାଇବା ଦ୍ୱାରା ପିଲାମାନଙ୍କର ଉଚ୍ଚତା ବଢ଼ିଥାଏ। ଅଣ୍ଡାର କେଶରରେ ସୁସ୍ଥ ଚର୍ବି ଥାଏ, ଯାହା ଶିଶୁର ଶାରୀରିକ ଏବଂ ମାନସିକ ବିକାଶରେ ସାହାଯ୍ୟ କରିଥାଏ।

ଅଁଳା
ଭିଟାମିନ ‘ସି’ରେ ଭରପୂର ଅଁଳା ଖାଇବା ବହୁତ ଲାଭଦାୟକ। ଏହା ପିଲାମାନଙ୍କ ଉଚ୍ଚତା ବୃଦ୍ଧିରେ ସହାୟକ ହୋଇଥାଏ। ଶରୀରରେ ହର୍‌ମୋନ ସନ୍ତୁଳିତ ରଖିବା ସହିତ ଏହା ବୁଦ୍ଧିକୁ ମଧ୍ୟ ତୀକ୍ଷ୍ଣ କରିଥାଏ।

ଅଲମଣ୍ଡ:
ବାଦାମରେ ଭିଟାମିନ୍‌ ଏବଂ ମିନେରାଲ୍ସ ସହିତ ଅନେକ ପୋଷକ ତତ୍ତ୍ୱ ଭରପୂର ଅଟେ, ଯାହା ପିଲାମାନଙ୍କର ଉଚ୍ଚତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏଥିରେ ସୁସ୍ଥ ଚର୍ବି, ଫାଇବର, ମାଙ୍ଗାନିଜ, ମ୍ୟାଗ୍ନେସିୟମ ଏବଂ ଭିଟାମିନ-ଇ ମଧ୍ୟ ରହିଥାଏ, ଯାହା ପିଲାମାନଙ୍କର ହାଡ଼ ପାଇଁ ମଧ୍ୟ ଲାଭଦାୟକ ଅଟେ।

Khansweb Solution Bhubaneswar

Leave A Reply

Your email address will not be published.