banner
Breaking

ସୁରକ୍ଷିତ ଶୈଶବ ଦ୍ଵାରା ସୁରକ୍ଷିତ ଭାରତ ସମ୍ଭବ । ଶିଶୁ ଚାଲାଣ ନିରୋଧ ସମ୍ପର୍କିତ ଓବିନାର।

0

ଭୁବନେଶ୍ୱର,୨୧/୮(ଓଡ଼ିଆ ନ୍ୟୁଜ): ବଚପନ ବଚାଓ ଆନ୍ଦୋଳନ, ମମ ଟ୍ରଷ୍ଟ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ସରକାରୀ ମହାବିଦ୍ୟାଳୟ,ଏନ.ଏସ.ଏସ ୟୁନିଟ,ସମ୍ବଲପୁର ର ମିଳିତ ଆନୁକୁଲ୍ୟ ରେ ଶିଶୁ ଚାଲାଣ ସମ୍ପର୍କିତ ଓବିନାର ଆଜି ଅନୁଷ୍ଠିତ ହୋଇଥିଲା I ଏଥିରେ ଓଡିଶା ଉଚତମ ନ୍ୟାୟଳୟ ର ବରିଷ୍ଠ ଓକିଲ ତଥା ସ୍ଥାୟୀ ଲୋକ ଅଦାଲତ,କଟକ ର ବିଚାରପତି ଶ୍ରୀ ପ୍ରଦୀପ କୁମାର ପଟ୍ଟନାୟକ, ମମ ଟ୍ରଷ୍ଟ ର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ସୁଜାତା ନାୟକ, ନେତାଜୀ ସୁବାଷ ଚନ୍ଦ୍ର ବୋଷ ସରକାରୀ ମହାବିଦ୍ୟାଳୟ,ଏନ.ଏସ.ଏସ ୟୁନିଟ,ସମ୍ବଲପୁରର ବାଣିଜ୍ୟ ବିଭାଗର ସହକାରୀ ପ୍ରଫେସର ତଥା ଏନ.ଏସ.ଏସ ପ୍ରୋଗ୍ରାମ ଅଫିସର ଡ଼. ବିଶ୍ଵମୋହନ ଜେନା ଏବଂ ବଚପନ ବଚାଓ ଆନ୍ଦୋଳନର ଓଡିଶା ରାଜ୍ୟ ସଂଯୋଜକ ଶ୍ରୀ ସତ୍ୟନାରାୟଣ ବିଶ୍ଵାଳ ବକ୍ତା ଭାବରେ ଯୋଗ ଦେଇ କାରୋନା ମହାମାରୀ ସମୟରେ ଶିଶୁ ମାନଙ୍କ ଚାଲାଣକୁ କିପରି ରୋକା ଯାଇ ପାରିବ ଓ ଏଥି ପାଇଁ ଆଇନ ରେ କଣ ସବୁ ବ୍ୟବସ୍ଥା ରହିଛି, ତା ଉପରେ ଆଲୋକପାତ କରିଥିଲେ I ଏହାକୁ ରୋକିବା ପାଇଁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକର ଭୂମିକା ଓ ପରସ୍ପରର ସହଯୋଗ ଉପରେ ଆଲୋକପାତ କରିଥିଲେ I

ଏଥିରେ ଭାରତ ସରକାରଙ୍କ ଗୃହ ବିଭାଗ ଦ୍ଵାରା ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୁଲିସ ମୁଖ୍ୟ ମାନଙ୍କୁ ଜାରୀ କରାଯାଇଥିବା ନିର୍ଦେଶନାମା ରେ କାରୋନା ମହାମାରୀ ସମୟ ଓ ପରବର୍ତ୍ତୀ ସମୟ ରେ ମାନବ ଚାଲାଣ କୁ ରୋକିବାକୁ ଦେଇଥିବା ସୂଚନା ଗୁଡିକୁ ଆଲୋଚନା କରIଯାଇଥିଲା I ରାଜ୍ୟରେ ଶିଶୁ ଚାଲାଣ କୁ ରୋକିବା ପାଇଁ ଜିଲ୍ଲା ସ୍ତରରେ ସଭ୍ୟ ସମାଜ ପ୍ରୟାସ କରିବା ଦରକାର I ଏଥିପାଇଁ ଅଂଶ ଗ୍ରହଣ କରିଥିବା ଯୁବ ସ୍ଵଛାସେବୀ ଓ ସ୍ଵଚ୍ଛାସେବୀ ଅନୁଷ୍ଠାନ ଗୁଡିକ ଶିଶୁ ଚାଲାଣକୁ ରୋକିବା ପାଇଁ ଆଗେଇ ଆସିବାକୁ କୁହାଯାଇଥିଲା I ଜିଲ୍ଲାରେ ଶିଶୁ ଚାଲାଣ ସମ୍ପର୍କିତ ଖବର ହସ୍ତଗତ ହେଲେ ଚୁପ ନ ରହି ସମ୍ମୋନିତ ମାନବ ଚାଲାଣ ନିରୋଧୀ ୟୁନିଟ ( IAHTU), ଜିଲ୍ଲା ଶିଶୁ ଶ୍ରମ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ କମିଟି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଚାଇଲ୍ଡ ଲାଇନ-୧୦୯୮,ମମ ଟ୍ରଷ୍ଟ ଓ ବଚପନ ବଚାଓ ଆନ୍ଦୋଳନର ରାଜ୍ୟ ସଂଯୋଜକକୁ ତୁରନ୍ତ ଖବର ଦେବାକୁ କୁହାଯାଇଥିଲା I ସୁରକ୍ଷିତ ଶୈଶବ ଦ୍ଵାରା ସୁରକ୍ଷିତ ଭାରତ ସମ୍ଭବ I ଏଥି ପାଇଁ ସମସ୍ତେ ମିଳିମିଶି ଏହି ପ୍ରୟାସ କୁ ଆଗେଇ ନେବା ଦରକାର I ଶିଶୁ ସୁରକ୍ଷା ପାଇଁ କାମକରୁଥିବା ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକ ଆହୁରି କ୍ରିୟାଶୀଳ ହୋଇ କାମ କରିବା ଆବଶ୍ୟକ I ଶିଶୁ ମାନଙ୍କ ସୁରକ୍ଷା ପାଇଁ ଆମେ ସମସ୍ତେ ମିଳିମିଶି କାମ କରିବାକୁ ଅଗ୍ରାଧିକାର ଦିଆ ଯାଇଥିଲା I
ଏଥିରେ ସ୍ଵଚ୍ଛାସେବୀ ଓ ସ୍ଵଚ୍ଛାସେବୀ ଅନୁଷ୍ଠାନର ଅନୁନ୍ୟ ୭୫ ଜଣ ଅଂଶଗ୍ରହଣକାରୀ ଭାଗ ନେଇଥିଲେ I

Khansweb Solution Bhubaneswar

Leave A Reply

Your email address will not be published.