banner
Breaking

ଆଶାକର୍ମୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି ! ସହାୟତା ରାଶି ସହ ମିଳିବ ଅନ୍ୟାନ୍ୟ ସୁବିଧା

0

ଭୁବନେଶ୍ୱର:ରାଜ୍ୟରେ କାର୍ଯ୍ୟ କରୁଥିବା ଆଶାକର୍ମୀଙ୍କ ପାଇଁ ରାଜ୍ୟ ସରକାର ଖୁସି ଖବର ଆଣିଦେଇଛନ୍ତି । କାର୍ୟ୍ୟରତ ଆଶାକର୍ମୀଙ୍କ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ।ଛତା, ସାଇକେଲ, ଟର୍ଚ୍ଚ ଓ ଜୋତା ପାଇଁ ଆଶାକର୍ମୀଙ୍କୁ ଅର୍ଥ ପ୍ରଦାନ କରାଯିବ । ଏହା ସହିତ ଅବ୍ୟାହତି ରାଶିକୁ ୧୦ ହଜାର ରୁ ୨୦ ହଜାରକୁ ବୃଦ୍ଧି କରାଯାଇଛି ।ଆଶା କର୍ମୀଙ୍କ କ୍ଷେତ୍ରରେ ବଡ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଶା କର୍ମୀଙ୍କ ଅବଦାନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ଗୁରୁତ୍ୱପୂର୍ଣ୍ଣ । ତେଣୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କାର୍ଯ୍ୟରତ ୪୭ ହଜାରରୁ ଉଦ୍ଧ୍ୱର୍ ଆଶା ମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ପ୍ରତ୍ୟେକ କାର୍ଯ୍ୟରତ ଆଶା କର୍ମୀଙ୍କୁ ୧୦ ହଜାରର ଆର୍ଥିକ ସହାୟତା ଦେବାରେ ପୂର୍ବରୁ ବ୍ୟବସ୍ଥା କରାଯାଇଛି ।ଚାକିରର ୧୦ ବର୍ଷ ପରେ ସ୍ୱଇଚ୍ଛାରେ ଅବ୍ୟାହତି ନେଲେ କିମ୍ବା ୬୨ ବର୍ଷ ବୟସରେ ଅବ୍ୟାହତି ନେଲେ ଏହି ଅର୍ଥରାଶି ମିଳିବ । ଏହା ଦ୍ୱାରା ରାଜ୍ୟର ୪୭ ହଜାରରୁ ଉର୍ଦ୍ଧ୍ୱ ଆଶାକର୍ମୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.