banner
Breaking

ଛତିଶଗଡ଼ ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଦେହାନ୍ତ।

0

ଛତିଶଗଡ଼,୨୯/୫(ବ୍ୟୁରୋ) : ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କର ଆଜି ୭୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ ପୁଅ ଅମିତ ଯୋଗୀ ଟ୍ୱିଟରରେ ଏହା ଜଣାଇଛନ୍ତି। ମେ’ ୯ରେ ଅଜିତ ଜୋଗୀଙ୍କୁ ହୃଦଘାତ ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ମେ’ ୧୦ରେ ସେ କୋମା ଅବସ୍ଥାକୁ ଚାଲି ଯାଇଥିଲେ। ସେତେବେଳେ ଡାକ୍ତରଖାନାର ନିର୍ଦ୍ଦେଶକ ଡାକ୍ତର ସୁନୀଲ ଖେମକା କହିଥିଲେ ଯେ କିଛି ସମୟ ପର୍ଯ୍ୟନ୍ତ ତାଙ୍କ ମସ୍ତିଷ୍କକୁ ଅମ୍ଳଜାନ ନ ପହଞ୍ଚିବାରୁ ମସ୍ତିଷ୍କରେ କ୍ଷତି ଘଟିଛି।ରାଜନୀତିରେ ଯୋଗଦେବା ପାଇଁ ଯୋଗୀ ଭାରତୀୟ ପ୍ରଶାସନିକ ସେବା ପରିତ୍ୟାଗ କରି ମାରୱାହି ଅଞ୍ଚଳରୁ ବିଧାୟକ ନିର୍ବାଚିତ ହୋଇଥିଲେ। ମଧ୍ୟପ୍ରଦେଶରୁ ଅଲଗା ହେବ ପରେ ୨୦୦୦ ମସିହାରେ ସେ ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୩ରେ ପ୍ରଥମ ନିର୍ବାଚନରେ ଭାରତୀୟ ଜନତା ପାର୍ଟି କଂଗ୍ରେସକୁ ପରାସ୍ତ କରିଥିଲା ଓ କଂଗ୍ରେସ ନେତାଙ୍କ ସହ ମତଭେଦ ହେତୁ ଯୋଗୀ ୨୦୧୬ରେ ଜନତା କଂଗ୍ରେସ ଛତିଶଗଡ (ଜେ) ଗଠନ କରି ଏହାର ମୁଖ୍ୟ ପଦ ସମ୍ଭାଳି ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.