banner
Breaking

ସାମ୍ବାଦିକଙ୍କ ପରିବାରକୁ ମିଳିବ ୫ ଲକ୍ଷ ଏବଂ ସମସ୍ତ ଚିକିତ୍ସା ଖର୍ଚ୍ଚ।

0

ରାୟପୁର,୩୧।୫: ଦେଶରେ ଜାରି ରହିଥିବା କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ପ୍ରତ୍ୟେକଟି ଅପଡେଟ୍‌ ଖବରକୁ ଲୋକଙ୍କ ନିକଟକୁ ପହଞ୍ଚାଇ ଅନେକ ସାମ୍ବାଦିକ ମୃତ୍ୟୁମୁଖରେ ପଡ଼ିଛନ୍ତି। ଏଭଳି ସ୍ଥିତିରେ ସାମ୍ବାଦିକଙ୍କ ପରିବାର ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି କରୋନାରେ ମୃତ୍ୟୁ ହୋଇଥିବା ସାମ୍ବାଦିକଙ୍କ ପରିବାରକୁ ମିଳିବ ୫ଲକ୍ଷ ଟଙ୍କା। ମିଡିଆ ପ୍ରତିନିଧି କଲ୍ୟାଣ ସହାୟତା ନିୟମ ଅନୁସାରେ ଏହି ରାଶି ପ୍ରଦାନ କରାଯିବ। ଏଥିସହ କରୋନା ସଂକ୍ରମିତ ସାମ୍ବାଦିକଙ୍କ ସମସ୍ତ ଚିକିତ୍ସାର ଖର୍ଚ୍ଚ ରାଜ୍ୟସରକାର ବହନ କରିବେ। ଏନେଇ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ରବିବାର ଘୋଷଣା କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.