banner
Breaking

ପ୍ରବଳ ବର୍ଷରେ ଘର ଭାଙ୍ଗି ୯ ମୃତ୍ୟୁ

0

ଚେନ୍ନାଇ,୧୯।୧୧: ତାମିଲନାଡୁର ଭେଲୋର ଜିଲା ପେରନାମବେଟରେ ଶୁକ୍ରବାର ପ୍ରବଳ ବର୍ଷାରେ ଘର ଭାଙ୍ଗି ଗୋଟିଏ ପରିବାରର ୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୮ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ପେରନାମବେଟରେ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଅଗ୍ନିଶମ ଓ ଉଦ୍ଧାରକାରୀ କର୍ମଚାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।

ମୃତକଙ୍କ ମଧ୍ୟରେ ଚାରିଜଣ ମହିଳା, ଚାରି ଶିଶୁ ଏବଂ ଜଣେ ପୁରୁଷ ରହିଛନ୍ତି। ତେବେ ପରିବାର ସମସ୍ତେ ଶୋଇଥିବା ସମୟରେ ପ୍ରବଳ ବର୍ଷା ହେତୁ ଘର ଭୁଶୁଡି ପଡିଥିଲା। ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ସରକାରୀ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡିଛି।

Khansweb Solution Bhubaneswar

Leave A Reply

Your email address will not be published.