banner
Breaking

ଲେଡି ପ୍ରୋଟେକ୍ଟ ଟିମ୍ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

0

ଭୁବନେଶ୍ୱର,: ଓଡିଶାର ଅଗ୍ରଣୀ ସ୍ୱଚ୍ଛାସେବୀ ଅନୁଷ୍ଠାନ ଲେଡି ପ୍ରୋଟେକ୍ଟ ଟିମ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଚନ୍ଦ୍ରଶେଖରପୁର ଦୁର୍ଗା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ସନସାଇନ୍ ହସ୍ପିଟାଲ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ଦୁଇ ଶହରୁ ଉର୍ଦ୍ଧ ଲୋକ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଭେଷଜ ବିଭାଗର ଡାକ୍ତର ଡ ହୁସେନ୍ , ଇରୋଲୋଜି ବିଭାଗର ଡ ନିତା ବର୍ମା ଉପସ୍ଥିତ ରହି ଚିକିତ୍ସା କରିଥିଲେ । ଏଥିରେ ଲୋକମାନଙ୍କର ମଧୁମେହ, ରକ୍ତଚାପ ଓ ଇସିଜି ପରୀକ୍ଷା କରାଯାଇଥିଲା । ଟିମ୍‌ର ସମ୍ପାଦକ ଅନିରୁଦ୍ଧ ଲେଙ୍କାଙ୍କ ପରିଚାଳନାରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନାଗରିକ ସଂଘର ରାଜ୍ୟ ସଭାପତି ତଥା ବରିଷ୍ଠ ଆଇନଜୀବି ଡଃ ମଧୁମାଧବ ଜେନା ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଜେଡି ଜିଲ୍ଲା ସମ୍ପାଦକ ମନୋଜ ସାହୁ, ଏଲପି ଟିମର ଉପଦେଷ୍ଠା ଆଇନଜୀବୀ ସମରେନ୍ଦ୍ର ସାହୁ, ପୂର୍ବତନ ସୈନିକ ଶ୍ରଦ୍ଧାନନ୍ଦ ଦାସ, ଭଗବାନ ଦାସ ପ୍ରମୁଖ ଯୋଗଦେଇ ଟିମ୍‌ର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସଭାପତି ରମାକାନ୍ତ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲାବେଳେ ଟିମ୍‌ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହେଯାଗ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.