banner
Breaking

ଆସନ୍ତାକାଲି ଦେଶରେ ଉପଚ୍ଛାୟା ଚନ୍ଦ୍ର ଗ୍ରହଣ।

0

ନୂଆଦିଲ୍ଲୀ,୨୯।୧୧: ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୩୦ ସୋମବାର କାର୍ତ୍ତିକ ପୂର୍ଣ୍ଣିମାରେ ହେବାକୁ ଯାଉଛି। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ। ଭାରତରେ ଏହା ଦେଖାଯିବ ନାହିଁ। ତେବେ ଉପଛାୟା ଗ୍ରହଣ ଯୋଗୁ କୌଣସି ସୂତକ ପାଳନ କରାଯିବ ନାହିଁ। ଗ୍ରହଣ ନଭେମ୍ବର ୩୦ ଅପରାହ୍ନ ୧ଟା ୪ରୁ ଆରମ୍ଭ ହେବ। ଏହା ଅପରାହ୍ନ ୫ଟା ୨୨ରେ ଶେଷ ହେବ। ଅପରାହ୍ନ ୩ଟା ୧୩ରେ ଗ୍ରହଣର ମଧ୍ୟକାଳ ରହିବ। ଏହି ଗ୍ରହଣ ୟୁରୋପ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର ଅଞ୍ଚଳ, ଆଟଲାଣ୍ଟିକ୍‌ ମହାସାଗର ଅଞ୍ଚଳ ତଥା ଏସିଆର କେତେକ ସ୍ଥାନରେ ଦୃଶ୍ୟମାନ ହେବ। ଚନ୍ଦ୍ର ଗ୍ରହଣ ଯୋଗୁ ବିଭିନ୍ନ ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ଅନୁଭୁତ ହେବ। ଗ୍ରହଣ ଭାରତକୁ ଦୃଶ୍ୟମାନ ନ ହେଲେ ମଧ୍ୟ ଏହି ସମୟ ମଧ୍ୟରେ ଶୁଭକାର୍ଯ୍ୟ ବର୍ଜନ ବାଞ୍ଛନୀୟ। ଚନ୍ଦ୍ର ଗ୍ରହଣର ଅଧିକ ପ୍ରଭାବ ବୃଷ ରାଶି ଏବଂ ରୋହିଣୀ ନକ୍ଷତ୍ର ଉପରେ ପଡ଼ିବ। ଏହାଦ୍ୱାରା ଏହି ରାଶି ଜାତକଙ୍କ ମାନସିକ ସ୍ଥିତି ବିଚଳିତ ରହିବ। ଚନ୍ଦ୍ରଗ୍ରହଣ ସମୟରେ ଗୁଆଘିଅ ଅବା ସୋରିଷ ତେଲରେ ଅଖଣ୍ଡ ଦୀପ ଜଳାଇଲେ ଧନପ୍ରାପ୍ତି ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହା ସହିତ ଚନ୍ଦ୍ରଙ୍କ ଗାୟତ୍ରୀ ମନ୍ତ୍ର ଜପ କଲେ ମଧ୍ୟ ବିଶେଷ ଉପକାର ମିଳିଥାଏ। ଚନ୍ଦ୍ର ମନର କାରକ ଗ୍ରହ ହୋଇଥିବାରୁ ଏହି ଦିନ ମାତା ସରସ୍ବତୀଙ୍କ ବୀଜମନ୍ତ୍ର ଜପ କଲେ ଶିକ୍ଷାର୍ଥୀମାନଙ୍କ ସ୍ମୃତିଶକ୍ତି ଏବଂ ବାକ୍‌ଶକ୍ତି ବୃଦ୍ଧି ହୋଇଥାଏ। ସେହିପରି ଏହି ସମୟରେ ଅଶ୍ୱତ୍ଥ ଗଛ ନିକଟରେ ଦୀପ ଜାଳିଲେ ଅବିବାହିତଙ୍କର ବିବାହ ଶୀଘ୍ର ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଦର୍ଶାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.