banner
Breaking

ଜୁଲାଇ ୫ ରେ ଚନ୍ଦ୍ରଗ୍ରହଣ। ପାଳନ ଓ ରାଶି ଉପରେ ପ୍ରଭାବ ଜାଣନ୍ତୁ।

0

ଭୁବନେଶ୍ୱର,୨୭/୬(ଓଡ଼ିଆ ନ୍ୟୁଜ):ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଜୁଲାଇ ୫ ତାରିଖରେ ହେବାକୁ ଯାଉଛି। ଏହି ଚନ୍ଦ୍ରଗ୍ରହଣ ୬ଟି ରାଶି ପାଇଁ ଖୁବ୍‌ ଶୁଭଫଳ ଦାୟୀ ହେବ। କେଉଁ ସମୟରେ ଗ୍ରହଣ ଲାଗିବ, ହାଣ୍ଡିଛାଡ ଏବଂ ପାକତ୍ୟାଗ ହେବ ସେ ବିଷୟରେ ଆସନ୍ତୁ ଜାଣିବା।୫ ଜୁଲାଇରେ ହେବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ସକାଳ ୮ଟା ୩୭ ମିନିଟ୍‌ରେ ହେବ ଏବଂ ୧୧ଟା ୨୨ ମିନିଟ୍‌ରେ ମୋକ୍ଷ ହେବ। ଯେହେତୁ ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ ତେଣୁ ଏଥିରେ ପାକତ୍ୟାଗ ନାହିଁ ବୋଲି କୁହାଯାଇଛି। ଏହି ଉପଛାୟା ଚନ୍ଦ୍ରଗ୍ରହଣ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ୟୁରୋପ ଏବଂ ଆଫ୍ରିକାର କେତେକ ଅଞ୍ଚଳରେ ଦୃଷ୍ଟିଗୋଚର ହେବ। ଏହା ଏସିଆ ମହାଦେଶରେ ଦୃଶ୍ୟମାନହେବ ନାହିଁ। ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ନ ହେଉଥିବାରୁ ପାଳନର ଆବଶ୍ୟକତା ନାହିଁ କି ଦେବନୀତିରେ କୌଣସି ବାଧା ନାହିଁ
ତେବେ ଏହି ଚନ୍ଦ୍ରଗ୍ରହଣ ଧନୁ ରାଶିରେ ଲାଗିବ। ତଣୁ ଏହି ରାଶିଧାରି ବ୍ୟକ୍ତିଙ୍କ ପାଇଁ ଅନେକ ସମସ୍ୟା ରହିଥିବା କୁହାଯାଉଛି।।ଅନ୍ୟପକ୍ଷେ ଏହି ଚନ୍ଦ୍ରଗ୍ରହଣ ପ୍ରଭାବରେ ବୃଷ, ସିଂହ, ତୁଳା, କୁମ୍ଭ ଏବଂ ବିଛା ରାଶି ପାଇଁ ବହୁତ୍ ଶୁଭ ଫଳ ପ୍ରଦାନ କରିବ।

Khansweb Solution Bhubaneswar

Leave A Reply

Your email address will not be published.