banner
Breaking

ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ।

0

ଚାନ୍ଦିପୁର,୩୦/୯(ଓଡ଼ିଆ ନ୍ୟୁଜ): ଚାନ୍ଦିପୁରରେ ଥିବା ଅନ୍ତରୀଣ ପରୀକ୍ଷଣ ଘାଟିରୁ ବୁଧବାର ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ବ୍ରହ୍ମୋସ୍‌ର ବ୍ୟାବହାରିକ ପରୀକ୍ଷଣ ହୋଇଯାଇଛି। ସକାଳ ୧୦ଟା ୨୭ରେ ଏହି ପରୀକ୍ଷଣ କ୍ଷେପଣାସ୍ତ୍ର କେନ୍ଦ୍ରର ୩ ନମ୍ବର ଲଞ୍ଚ୍‌ ପ୍ୟାଡ୍‌ରୁ ଡିଆରଡିଓ ପକ୍ଷରୁ ହୋଇଥିଲା।
ଭାରତ ଓ ରୁଷିଆର ମିଳିତ ଜ୍ଞାନକୌଶଳରେ ତିଆରି ହୋଇଥିବା କ୍ଷେପଣାସ୍ତ୍ର ବ୍ରହ୍ମୋସ ଉଭୟ ଜଳ ଓ ସ୍ଥଳଭାଗରୁ ନିକ୍ଷେପ କରାଯାଇପାରିବ। ଏହି କ୍ଷେପଣାସ୍ତ୍ର ସ୍ଥଳଭାଗରୁ ୪୫୦ କିଲୋମିଟରରୁ ୬୦୦ କିଲୋମିଟର ଲକ୍ଷ୍ୟଭେଦ କରିପାରୁଥିବା ବେଳେ ବାୟୁସେନାର ଯୁଦ୍ଧ ବିମାନରୁ ୪ଶହ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟକୁ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ରଖିଛି।

Khansweb Solution Bhubaneswar

Leave A Reply

Your email address will not be published.