banner
Breaking

ପ୍ରଚଳିତ ହେବ ନୂଆ ରେଗା ଆଇନ ,ଘର ଭଡାଟିଆଙ୍କୁ ମିଳିବ ଫାଇଦା

0

ଭୁବନେଶ୍ବର:(ଓଡ଼ିଆ ନ୍ୟୁଜ୍)ପ୍ରଚଳିତ ହେବ ନୂଆ ରେଗା ଆଇନ ଯେଉଁଥିରେ ଭଡାଟିଆଙ୍କୁ ମିଳିବ ଫାଇଦା । ଦେଶରେ ଅନେକ ଲୋକ ଭଡ଼ା ଘରେ ରହୁଛନ୍ତି । ଏହି ସମୟରେ ଘର ଭଡ଼ା ଟଙ୍କା ବୃଦ୍ଧିକୁ ନେଇ ଘର ମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ବାରମ୍ବାର ବିବାଦ ଉପୁଜେ । ସାରା ଭାରତରେ ଦେଖିଲେ ଏହି ସମସ୍ୟା ରହିଛି । ତେଣୁ ଏହାର ଏକ ସମାଧାନ ପାଇଁ କେନ୍ଦ୍ର ସରକାର ଖୁବ୍‌ ଶୀଘ୍ର ଆଇନ ଆଣିବାକୁ ଯାଉଛନ୍ତି । ଘର ମାଲିକମାନେ ଆଉ ମନ ଇଚ୍ଛା ଭଡ଼ା ବୃଦ୍ଧି କରିପାରିବେ ନାହିଁ । ଏହାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ବଜେଟ୍‌ ଉପସ୍ଥାପନବେଳେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ।  

ନୂଆ ଆଇନ ପାଇଁ ତିଆରି ହୋଇଥିବା ଡ୍ରାଫ୍ଟରେ ସମସ୍ତଙ୍କ ସ୍ୱାର୍ଥର ସୁରକ୍ଷା ପ୍ରତି ନଜର ରଖାଯାଇଛି । ଏବେ କୌଣସି ଭଡ଼ାଟିଆ ଘର ନେବା ସମୟରେ ଦୁଇ ମାସର ସିକ୍ୟୁରିଟି ଆଡ଼ଭାନ୍ସ ଦେବେ ନାହିଁ । ସେହିପରି ଭଡ଼ା ଅବଧି ସମୟରେ ଘର ମାଲିକ ଭଡ଼ା ବଢ଼ାଇପାରିବେ ନାହିଁ । ଏହା ସହିତ ମାଲିକ କିଛି ବି ପରିବର୍ତ୍ତନ କରିବାକୁ  ଚାହୁଁଥିଲେ ତିନି ମାସ ପୂର୍ବରୁ ନୋଟିସ୍‌ ଦେବେ । ଯଦି ଦୁହିଁଙ୍କ ମଧ୍ୟରେ କିଛି ବିବାଦ ସୃଷ୍ଟି ହେଲେ ବିଜୁଳି ଓ ପାଣି ଭଳି ଜରୁରୀ ସୁବିଧାଗୁଡ଼ିକୁ ମାଲିକ ବନ୍ଦ କରିପାରିବେ ନାହିଁ । ଦେଶର ବହୁତ ସ୍ଥାନରେ ଘର ମାଲିକମାନେ ଭଡ଼ା ଦେବା ପୂର୍ବରୁ ୧୧ ମାସର ଆଗୁଆ ଟଙ୍କା ନେଉଛନ୍ତି । 

କେବଳ ଭଡ଼ାଟିଆଙ୍କ ପାଇଁ ମଧ୍ୟ ସୁବିଧା ଉପଲବ୍ଧ ନାହିଁ । ମାଲିକଙ୍କ ପାଇଁ ଡ୍ରାଫ୍ଟରେ ମଧ୍ୟ ବହୁତ ଗୁଡ଼ିଏ ସୁବିଧା ରଖାଯାଇଛି । ଯେପରି ଭଡ଼ାଟିଆ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ରୁହନ୍ତି ତାହା ହେଲେ ଦୁଇ ମାସର ଦୁଇ ଗୁଣା ଭଡ଼ା ଦେବାକୁ ପଡ଼ିବ । ଯଦି ଦୁଇ ମାସଠାରୁ ଆହୁରି ଅଧିକ ସମୟ ରୁହନ୍ତି ତାହା ହେଲେ ଚାରି ଗୁଣା ଭଡ଼ା ଦେବାକୁ ପଡ଼ିବ । ଘର ଛାଡ଼ିବା ପରେ ମାଲିକା ତୁରନ୍ତ ସିକ୍ୟୁରିଟି ଟଙ୍କା ଫେରାଇବେ । ଏହି ଡ୍ରାଫ୍ଟରେ ରେରା କାନୁନ ରଖିବାକୁ ସୁପାରିଶ କରାଯାଯାଇଛି । ମାଲିକ ଓ ଭଡ଼ାଟିଆ ଉଭୟ ରେଣ୍ଟ ଏଗ୍ରିମେଣ୍ଟ ଦାଖଲ କରିବାକୁ ପଡ଼ିବ । ବିବାଦ ହେଲେ ଦୁଇ ଜଣ ଯାକ ରେରା ଅଥୋରିଟି ନିକଟରେ ଅଭିଯୋଗ କରିପାରିବେ ।

Khansweb Solution Bhubaneswar

Leave A Reply

Your email address will not be published.