banner
Breaking

୨୪ ଘଣ୍ଟା ମଧ୍ୟରେ ମିଳିଲା ୫୦୦ କୋଟିର ସହାୟତା। ଧନ୍ୟବାଦ ଦେଲେ ନବୀନ।

0

ଭୁବନେଶ୍ବର,୨୩/୫(ଓଡ଼ିଆ ନ୍ୟୁଜ) : ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ୨୪ ଘଣ୍ଟା ମଧ୍ୟରେ ରାଜ୍ୟକୁ  ୫୦୦ କୋଟିର ଅମ୍ପନ ସହାୟତା ମିଳିଛି । ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଶନିବାର ଏହି ସହାୟତା ରାଶି ପଠାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ରାଜ୍ୟର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିବା ପରେ ଆୟୋଜିତ ସମୀକ୍ଷା ବୈଠକରେ ରାଜ୍ୟକୁ ୫୦୦ କୋଟି ଟଙ୍କାର ଏହି ସହାୟତା ସଂପର୍କରେ ଘୋଷଣା କରିଥିଲେ । ଆଜି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହି ଅର୍ଥ ମଞ୍ଜୁର କରିଛି।
ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟ ଶାସନ ସଚିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟ ରିଲିଫ କମିଶନର ପ୍ରଦୀପ ଜେନା ଟ୍ବିଟ ଯୋଗେ ଏହି ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.