banner
Breaking

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ।

0

ନୂଆଦିଲ୍ଲୀ: ମେ ୧୭ ତାରିଖରେ ଶେଷ ହେବ ଦେଶର ତୃତୀୟ ପର୍ଯ୍ୟାୟ ଲକ୍ ଡ଼ାଉନ୍ । ଏହା ପରେ କ’ଣ ଯୋଜନା ରହିଛି ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି । କଂଗ୍ରେସ ନେତା ରାହୁଳ ଗାନ୍ଧୀ ମଧ୍ୟ ଅନୁରୂପ ଭାବରେ ଲକ୍ଡ଼ାଉନ କୋହଳ କରି ଲୋକଙ୍କୁ କାମଧନ୍ଦା ଯୋଗାଇବା ଏବଂ ନଗଦ ରାଶି ଦେବାକୁ ଦାବି ଉଠାଇଛନ୍ତି । ଏହି ସ୍ଥିତିରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କରୋନା ସ୍ଥିତି ଓ ମେ ୧୭ ପରର ଭବିଷ୍ୟତ ପନ୍ଥା ସମ୍ପର୍କରେ ଆଲୋଚନା କରିବାକୁ ସମୟ ସ୍ଥିର ହୋଇଛି । ଆସନ୍ତାକାଲି ଅପରାହ୍ଣ ୩ଟାରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଚି ।ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଆଲୋଚନା ହେବ ଏବଂ ଏହି ଆଲୋଚନାରେ ମେ ୧୭ ପରର ସ୍ଥିତି ବାବଦରେ ଚର୍ଚ୍ଚା ହେବ ।  ଗୃହମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଧନ ସହ ବିଭିନ୍ନ  ବିଭାଗର ସଚିବ ଏହି ସମୟରେ ଉପସ୍ଥିତ ରହିବେ ।  ୧୭ ତାରିଖପରର ରଣନୀତି ବାବଦରେ ଏହି ଆଲୋଚନାରେ ଗୁରୁତ୍ୱ ଦିଆଯିବ ।ଏହାପୂର୍ବରୁ ମେ ୩ରେ ଲକଡାଉନ ପାର୍ଟ ୨ ଶେଷ ହେବା ପୂର୍ବରୁ ଏପ୍ରିଲ ୨୮ରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ । ଏହାପରେ ଲକଡାଉନକୁ ମେ ୧୭ ଯାଏଁ ବୃଦ୍ଧି କରାଯାଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.