banner
Breaking

କେନ୍ଦ୍ରର ଜୋନ୍ ତାଲିକା ପ୍ରକାଶ। ରେଡ ଜୋନରୁ ବାଦ ପଡିଲା ଭୁବନେଶ୍ୱର।

0

ନୂଆଦିଲ୍ଲୀ,୧/୫(ଓଡ଼ିଆ ନ୍ୟୁଜ) : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କେତେକ ରାଜ୍ୟର ଏହି ସ୍ଥିତିରେ ସୁଧାର ଆସିଛି । ଏହାରି ମଧ୍ୟରେ ମେ ୩ ତାରିଖରେ ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ଅବଧି ଶେଷ ହେବାକୁ ଯାଉଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ର ଚୂଡ଼ାନ୍ତ ତାଲିକା ପ୍ରକାଶ କରିଛି । ଯେଉଁ ଅଞ୍ଚଳର କରୋନା ଭାଇରସ୍ ପରିସ୍ଥିତିକୁ ସୁଧାର ଆସିଛି ସେହି ରାଜ୍ୟ ଓ ଜିଲ୍ଲାମାନଙ୍କୁ ବିଭିନ୍ନ ଜୋନ ଯଥା ରେଡ୍, ଅରେଞ୍ଜ୍ ଓ ଗ୍ରିନ୍ ଭାବେ ବର୍ଗିକରଣ କରାଯାଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏହି ତାଲିକାରେ ଓଡିଶାର ୩ ଜିଲାକୁ ରେଡ୍ ଜୋନରେ ସାମିଲ କରାଯାଇଛି । ୩ଜିଲ୍ଳାଗୁଡ଼ିକ ହେଉଛି ଯାଜପୁର, ଭଦ୍ରକ ଓ ବାଲେଶ୍ୱର । ସେହିପରି ଅରେଞ୍ଜ ଜୋନରେ ରାଜ୍ୟର ୬ଟି ଜିଲ୍ଳା ରହିଛି । ୬ଜିଲ୍ଲା ହେଉଛି ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, ଢ଼େଙ୍କାନାଳ ଓ କଳାହାଣ୍ଡି । ତେବେ ଭୁବନେଶ୍ୱର ପୂର୍ବରୁ ରେଡ଼ ଜୋନରେ ଥିବା ବେଳେ ବର୍ତ୍ତମାନ ଅରେଞ୍ଜ ଜୋନରେ ରହିଛି । ଗ୍ରୀନ ଜୋନରେ ଓଡ଼ିଶାର ୨୧ଟି ଜିଲ୍ଲା ସାମିଲ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଏହି ନୂତନ ତାଲିକା ପ୍ରକାଶ ପାଇଛି ।ସୂଚନାଅନୁସାରେ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଥିବା ତାଲିକା ଅନୁସାରେ, ଦେଶର ୧୩୦ଟି ଜିଲ୍ଲାକୁ ରେଡ୍ ଜୋନ୍‌ ଭାବେ ଘୋଷଣା କରାଯାଇଥିବା ବେଳେ ୨୮୪ଟି ଜିଲ୍ଲାକୁ ଅରେଞ୍ଜ୍ ଓ ୩୧୯ ଜିଲ୍ଲାକୁ ଗ୍ରିନ୍ ଜୋନ୍ ତାଲିକାଭୁକ୍ତ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.