banner
Breaking

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

0

ନୂଆଦିଲ୍ଲୀ : ବୈବାହିକ ବଳାତ୍କାର ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି। ବୈବାହିକ ବଳାତ୍କାରକୁ ଅପରାଧ ଶ୍ରେଣୀରେ ଆଣିବା ପାଇଁ ସୁପ୍ରିମକୋର୍ଟ ଏହା ଦ୍ୱାରା ଏକ ବଡ ପଦକ୍ଷେପ ନେଇଛନ୍ତି। ବୈବାହିକ ବଳାତ୍କାରକୁ ଅପରାଧ ଶ୍ରେଣୀରେ ଆଣିବା ଉଚିତ କି ନାହିଁ ପ୍ରଶ୍ନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଫେବୃଆରୀ ୧୫ ସୁଦ୍ଧା ଏହାର ଉତ୍ତର ଦାଖଲ କରିବାକୁ କହିଛନ୍ତି। ମାର୍ଚ୍ଚ ୧୪ ରୁ କୋର୍ଟ ଏହି ମାମଲାର ଅନ୍ତିମ ଶୁଣାଣି କରିବେ।

ପ୍ରଧାନ ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ, ବିଚାରପତି ପିଏସ୍‌ ନରସିଂହ ଏବଂ ଜେବି ପାରଦିଓ୍ବାଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲାର ବିଚାର କରି ଏଭଳି କହିଛନ୍ତି।

ଏହାର ଶୁଣାଣି ସମୟରେ କେନ୍ଦ୍ର ପକ୍ଷରୁ ହାଜର ହୋଇଥିବା ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଏହି ଘଟଣାର ବଡ ପ୍ରଭାବ ପଡ଼ିବ। ଆମେ କିଛି ମାସ ପୂର୍ବରୁ ସମସ୍ତ ହିତାଧିକାରୀଙ୍କ ଠାରୁ ମତାମତ ଲୋଡିଥିଲୁ । ଆମେ ଏହି ପ୍ରସଙ୍ଗରେ ଉତ୍ତର ଦାଖଲ କରିବାକୁ ଚାହୁଁଛୁ। ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ମାର୍ଚ୍ଚ ୩ ସୁଦ୍ଧା ସମସ୍ତ ପକ୍ଷ ଲିଖିତ ଯୁକ୍ତି ଉପସ୍ଥାପନ କରିବେ।

ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟର ଦୁଇ ଜଣିଆ ବିଚାରପତିଙ୍କ ଡିଭିଜନ ବେଞ୍ଚ ବୈବାହିକ ବଳାତ୍କାରର ଅପରାଧୀକରଣ ଉପରେ ଏକ ରାୟ ଦେଇଥିଲେ। ବେଞ୍ଚରେ ଥିବା ଜଣେ ବିଚାରପତି ତାଙ୍କ ନିଷ୍ପତ୍ତିରେ ବୈବାହିକ ବଳାତ୍କାରକୁ ଅପରାଧ ବୋଲି ବିବେଚନା କରିଥିବାବେଳେ ଅନ୍ୟ ବିଚାରପତି ଏହାକୁ ଅପରାଧ ବୋଲି ବିବେଚନା କରି ନ ଥିଲେ। ଏହି ଶୁଣାଣି ସମୟରେ ବେଞ୍ଚରେ ଅଧ୍ୟକ୍ଷତା କରିଥିବା ଜଷ୍ଟିସ ରାଜୀବ ଶକଧର ବୈବାହିକ ବଳାତ୍କାରକୁ ରଦ୍ଦ କରିବା ଲାଗି ସମର୍ଥନ କରିଥିବାବେଳେ ଜଷ୍ଟିସ ସି ହରି ଶଙ୍କର କହିଥିଲେ ଯେ ଆଇପିସି ଅଧୀନରେ ଏହା ଅଣସାମ୍ବିଧାନିକ ନୁହେଁ ଏବଂ ଏହା ଏକ ଭିନ୍ନତା ଉପରେ ଆଧାରିତ।

Khansweb Solution Bhubaneswar

Leave A Reply

Your email address will not be published.