banner
Breaking

କେନ୍ଦ୍ର ସରକାରଙ୍କ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ ଗାଇଡଲାଇନ ଜାରି।

0

ଦିଲ୍ଲୀ,୧୫ ।୪(ଓଡ଼ିଆ ନ୍ୟୁଜ):  କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗାଇଡ ଲାଇନ ଜାରି କରାଯାଇଛି।  ସମସ୍ତ ପ୍ରକାର ପରିବହନ ଉପରେ କଟକଣା ଜାରି ।   ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଜାରି ରହିବ।   ବସ୍, ରେଳ, ମେଟ୍ରୋ, ବିମାନ ଉଡାଣ ଉପରେ କଟକଣା ।  ଔଷଧ ବିତରଣ କେନ୍ଦ୍ର ଖୋଲା ରହିବ   । ଗ୍ରାମାଞ୍ଚଳରେ ରାସ୍ତା କାମ ସହ କୃଷି କାର୍ଯ୍ୟ ଜାରି ରହିବ ।  ରାସନ ସାମଗ୍ରୀ, ଫଳ, ପନିପରିବା, ମାଛ, ମାଂସ ଦୋକାନ ଖୋଲା ରହିବ  ।  ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ସ ମିଡିଆ, ବ୍ରଡକାଷ୍ଟିଂ, ଡିଟିଏଚ୍ ସେବା ଜାରି ରହିବ ।  କୋରିଅର ସେବା କାମ କରିବାକୁ ଅନୁମତି  ।ଅଫିସ ଓ ସାର୍ବଜନୀନ ସ୍ଥାନରେ ସାମାଜିକ ଦୂରତା ବଜାୟ ରହିବ । ଧାର୍ମିକ ସ୍ଥଳରେ ସାଧାରଣ ଲୋକଙ୍କୁ ପୂଜାପାଠ ମନା  ।  ସର୍ବସାଧାରଣରେ ଛେପ ପକାଇଲେ ଜରିମାନା   । କୃଷି ସମ୍ପର୍କିତ ସମସ୍ତ କାର୍ଯ୍ୟ ଜାରି ରହିବ  । ବ୍ୟାଙ୍କ ଶାଖା ଓ ଏଟିଏମ ଖୋଲା ରହିବ  ।  ମନରେଗା କାମ ଜାରି ରହିବ   । ଦୁଗ୍ଧ ବିକ୍ରି, ବିତରଣ ଓ ସଂଗ୍ରହ ଜାରି ରହିବ  ।

Khansweb Solution Bhubaneswar

Leave A Reply

Your email address will not be published.