banner
Breaking

ପଞ୍ଚାୟତକୁ କେନ୍ଦ୍ରୀୟ ଅନୁଦାନ।

0

ନୂଆଦିଲ୍ଲୀ, ୯।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୫ଟି ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତକୁ ୮,୯୨୩.୮ କୋଟିର ଅନୁଦାନ ଘୋଷଣା କରିଛନ୍ତି। ଏନେଇ ଅର୍ଥମନ୍ତ୍ରଣାଳୟର ଅର୍ଥ ବିଭାଗ ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ଏସମ୍ପର୍କରେ ରବିବାର ଅର୍ଥନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। କରୋନା ଅନୁଦାନ ଜିଲା, ବ୍ଲକ୍‌ ତଥା ଗ୍ରାମପଞ୍ଚାୟତସ୍ତରରେ କାର୍ଯ୍ୟକାରୀ ହେବ। ଏହା ୨୦୨୧-୨୨ ବର୍ଷର ଅନ୍‌ଟାଇଡ୍‌ ଗ୍ରାଣ୍ଟ୍‌ର ପ୍ରଥମ କିସ୍ତି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୧୫ତମ ଅର୍ଥ କମିଶନଙ୍କ ଅନୁସାରେ ଏହି ଅନୁଦାନ ଜୁନ୍‌ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥାନ୍ତା। ତେବେ କରୋନା ମହାମାରୀର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଶୀଘ୍ର ଅନୁଦାନ ଯୋଗାଇ ଦେବାକୁ ଅର୍ଥ ମନ୍ତ୍ରଣାଳୟ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.