banner
Breaking

ସ୍କୁଲ ପିଲାମାନଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ଭତ୍ତା।

0

ନୂଆଦିଲ୍ଲୀ : ସ୍କୁଲ ଯାଉଥିବା ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ବଦଳରେ ଖାଦ୍ୟସୁରକ୍ଷା ଭତ୍ତା ଦିଆଯିବ। କେନ୍ଦ୍ର ସରକାର ସମସ୍ତ କର୍ତ୍ତୃପକ୍ଷଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଭତ୍ତା ଅନୁସାରେ ସ୍କୁଲ ଯାଉଥିବା ପିଲାମାନଙ୍କ ପାଇଁ ଖାଦ୍ୟଶସ୍ୟ, ଡାଲିଜାତୀୟ ଶସ୍ୟ, ତୈଳ ଓ ଅନ୍ୟାନ୍ୟ ପଦାର୍ଥ ଯୋଗାଇ ଦିଆଯାଇଥାଏ। ସେହି ଭତ୍ତା ସ୍କୁଲରେ ମଧ୍ୟାହ୍ନ ଭୋଜନ ବାବଦରେ ଯେତିକି ଖର୍ଚ୍ଚ ହୋଇଥାଏ ଠିକ୍‍ ତାହାର ସମାନ ପରିମାଣର ରହିଛି।
ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି ମଧ୍ୟାହ୍ନ ଭୋଜନ ସ୍ଥାନରେ ପ୍ରତ୍ୟେକ ସ୍କୁଲ ପିଲାଙ୍କୁ ଏହି ଭତ୍ତା ଦିଆଯିବ। ସ୍କୁଲଗୁଡ଼ିକ ଖୋଲିବା ପରେ ଯାଇ ମଧ୍ୟାହ୍ନ ଭୋଜନ ଯୋଜନାକୁ କାର୍ଯ୍ୟକାରୀ କରାଯିବା ବିଷୟରେ ମନ୍ତ୍ରୀ ଜଣାଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.