banner
Breaking

ଜୁନ ୨୦ ସୁଦ୍ଧା ପ୍ରକାଶ ପାଇବ ସିବିଏସଇ ଦଶମ ରେଜଲ୍ଟ।

0

ଭୁବନେଶ୍ୱର,୧/୫(ଓଡ଼ିଆ ନ୍ୟୁଜ): କରୋନା କାଳରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ନେଇ ଗାଇଡଲାଇନ୍ ଜାରି ହୋଇଛି । ସିବିଏସଇ ପକ୍ଷରୁ ଏହି ଗାଇଡଲାଇନ୍ ପ୍ରକାଶ ପାଇଛି । ଗାଇଡଲାଇନ୍ ମୁତାବକ, ସବୁ ସ୍କୁଲରେ ୮ ଜଣିଆ ରେଜଲ୍ଟ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସବୁ ପ୍ରିନ୍ସପାଲ ଓ ଅନ୍ୟ ୭ ଶିକ୍ଷକଙ୍କୁ ନେଇ କମିଟି ଗଠନ ହେବ । ୭ ଶିକ୍ଷକଙ୍କ ମଧ୍ୟରୁ ୫ ଜଣ ନିଜ ସ୍କୁଲ ଓ ଅନ୍ୟ ୨ ଜଣ ପାଖ ସ୍କୁଲର ରହିବେ । ବର୍ଷସାରା ହୋଇଥିବା ଆଧାରରେ ୮୦ ମାର୍କର ମୂଲ୍ୟାୟନ ହେବ । ବାକି ୨୦ ମାର୍କର ମୂଲ୍ୟାୟନ ଇଣ୍ଟରନାଲ ପରୀକ୍ଷାରୁ ହେବ । ଜୁନ୍ ୫ ସୁଦ୍ଧା ସିବିଏସଇକୁ ୮୦ ମାର୍କର ମୂଲ୍ୟାୟନ ତାଲିକା ପଠାଯିବ । ମୂଲ୍ୟାୟନ ବେଳେ ସ୍କୁଲର ପୂର୍ବ ୩ ବର୍ଷର ଫଳାଫଳକୁ ବିଚାରକୁ ନିଆଯିବ । ଜୁନ୍ ୧୧ ସୁଦ୍ଧା ଇଣ୍ଟରନାଲ ୨୦ ମାର୍କର ମୂଲ୍ୟାୟନ ତାଲିକା ପଠାଯିବ । ଏହା ସହ ଜୁନ୍ ୩ୟ ସପ୍ତାହ ସୁଦ୍ଧା ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବ ।

ତେବେ ୨୦୧୯ର ସର୍କୁଲାର ଆଧାରରେ ୨୦ ନମ୍ବରର ଆଭ୍ୟନ୍ତରୀଣ ମୂଲ୍ୟାୟନ ହେବ । ୟୁନିଟ ଟେଷ୍ଟ ଆଧାରରେ ସର୍ବାଧିକ ୧୦ ନମ୍ବର ଦିଆଯିବ । ଷାଣ୍ମାସିକ ପରୀକ୍ଷା ଆଧାରରେ ସର୍ବାଧିକ ୩୦ ନମ୍ବର, ପ୍ରି‌-ବୋର୍ଡ ପରୀକ୍ଷା ଆଧାରରେ ସର୍ବାଧିକ ୪୦ ନମ୍ବର ଦିଆଯିବ । ସ୍କୁଲରେ ହୋଇଥିବା ପରୀକ୍ଷା ଆଧାରରେ ୮୦ ନମ୍ବରର ମୂଲ୍ୟାୟନ ହେବ । ଜୁନ୍‌ ୧୧ ସୁଦ୍ଧା ୨୦ ନମ୍ବରର ଆଭ୍ୟନ୍ତରୀଣ ମୂଲ୍ୟାୟନ ତାଲିକା ପଠାଯିବ ଓ ଜୁନ୍‌ ୨୦ ସୁଦ୍ଧା ପ୍ରକାଶ ପାଇବ ରେଜଲ୍ଟ ।

Khansweb Solution Bhubaneswar

Leave A Reply

Your email address will not be published.