banner
Breaking

ସିବିଏସଇ ଦଶମ ପରୀକ୍ଷା ବନ୍ଦ।

0

ନୂଆଦିଲ୍ଲୀ,୧୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ବୋର୍ଡ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଓ୍ବାଲଙ୍କ ସହିତ ବୈଠକ କରିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଶିକ୍ଷାମନ୍ତ୍ରୀ ଆୟୋଜିତ ଏକ ଗଣମାଧ୍ୟମ ପ୍ରତିନିଧି ସମ୍ମିଳନୀରେ ଏସମ୍ପର୍କରେ ସୂଚନା ଦେଇଛନ୍ତି। ସିବିଏସ୍‌ଇ ଦଶମ ପରୀକ୍ଷା ଏବଂ ଦ୍ୱାଦଶ ପରୀକ୍ଷା ମେ ୪ରୁ ଆରମ୍ଭ ହୋଇଥାନ୍ତା। ତେବେ କରୋନା ସଂକ୍ରମଣ ଯୋଗୁ ଦଶମ ପରୀକ୍ଷାକୁ ରଦ୍ଦ କରାଯିବା ସହିତ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ତେବେ ଦ୍ୱାଦଶ ପରୀକ୍ଷା କେବେ ହେବ ସେ ନେଇ ମାସେ ପୂର୍ବରୁ ଛାତ୍ରୀଛାତ୍ରଙ୍କୁ ଜଣାଇ ଦିଆଯିବ। ଜୁନ୍‌ ୧ରେ ସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ। ଦଶମ ଛାତ୍ରୀଛାତ୍ରଙ୍କୁ ବୋର୍ଡ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ମାପଦଣ୍ଡ ଆଧାରରେ ପାସ୍‌ କରାଯିବ। ତେବେ ଏଥିରେ ସନ୍ତୁଷ୍ଟ ନ ଥିବା ଛାତ୍ରୀଛାତ୍ର କରୋନା ସଂକ୍ରମଣ ଶେଷ ହେବାପରେ ପରୀକ୍ଷା ଦେଇପାରିବେ ବୋଲି ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.