banner
Breaking

ପରୀକ୍ଷା ସେଣ୍ଟର ପରିବର୍ତ୍ତନ କରିପାରିବେ ଛାତ୍ରଛାତ୍ରୀ।

0

ଭୁବନେଶ୍ୱର, ୨୪।୩(ବ୍ୟୁରୋ): କୋଭିଡ୍‌-୧୯ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ପରୀକ୍ଷାକେନ୍ଦ୍ରରେ ପରିବର୍ତ୍ତନ କରିବାକୁ ଅନୁମତି ଦେଇଛନ୍ତି। କେତେଜଣ ପିଲା ସେମାନଙ୍କ ପରିବାର ସହିତ ଅନ୍ୟ ସହର ବା ଦେଶକୁ ଯାଇଛନ୍ତି। ତେଣୁ ଯେଉଁଠାରୁ ଛାତ୍ରୀଛାତ୍ରମାନେ ବୋର୍ଡ ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇଥିଲେ ସେମାନେ ପରୀକ୍ଷା ଦେବା ପାଇଁ ଅସମର୍ଥ ବୋଲି ବୋର୍ଡ ନଜରକୁ ଆସିଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ପରୀକ୍ଷାକେନ୍ଦ୍ରରେ ପରିବର୍ତ୍ତନକୁ ଅନୁମତି ଦେବା ପାଇଁ ସିବିଏସ୍‌ଇ ନିଷ୍ପତ୍ତି ନେଇଛି। ଏ ନେଇ ସିବିଏସ୍‌ଇ ସମସ୍ତ ଅନୁବନ୍ଧିତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖି ଜଣାଇଛି। ଯେଉଁ ଛାତ୍ରୀଛାତ୍ରମାନେ ପରୀକ୍ଷାକେନ୍ଦ୍ର ପରିବର୍ତ୍ତନ କରାଇବାକୁ ଚାହୁଁଛନ୍ତି ସେମାନେ କେଉଁଠି ପରୀକ୍ଷା ଦେବେ ଏ ନେଇ ନିଜ ବିଦ୍ୟାଳୟକୁ ସୂଚନା ଦେବେ। ଏହାପରେ ବିଦ୍ୟାଳୟ ପକ୍ଷରୁ ସିବିଏସ୍‌ଇ ଓ୍ବେବ୍‌ସାଇଟ୍‌ରେ ତଥ୍ୟ ଦାଖଲ କରାଯିବ। ଜଣେ ପରୀକ୍ଷାର୍ଥୀ ଚାହିଁଲେ ଥିଓରି ଓ ପ୍ରାକ୍ଟିକାଲ ଉଭୟ ପରୀକ୍ଷା ପାଇଁ ପରୀକ୍ଷାକେନ୍ଦ୍ର ପରିବର୍ତ୍ତନ କରିପାରିବେ। କିନ୍ତୁ ଗୋଟିଏ ସହରରେ ତାଙ୍କୁ ଏହି ପରୀକ୍ଷାକେନ୍ଦ୍ର ବାଛିବାକୁ ପଡ଼ିବ। ତେବେ ଥରେ ସ୍କୁଲରୁ ବୋର୍ଡକୁ ଅନୁରୋଧ ଦାଖଲ ହୋଇଗଲେ ଆଉ ସେଥିରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ। ଏ ନେଇ ଛାତ୍ରୀଛାତ୍ର ଆସନ୍ତା ୨୫ତାରିଖ ମଧ୍ୟରେ ସ୍କୁଲକୁ ଜଣାଇବେ। ବିଦ୍ୟାଳୟଗୁଡ଼ିକ ୩୧ତାରିଖ ସୁଦ୍ଧା ଛାତ୍ରୀଛାତ୍ରଙ୍କ ଅନୁରୋଧ ପ୍ରସ୍ତାବକୁ ସିବିଏସ୍‌ଇ ବୋର୍ଡରେ ଦାଖଲ କରିବେ। ଏହି ନିୟମରୁ ବାହାରେ କୌଣସି ଅନୁରୋଧ ଆସିଥିଲେ ତାକୁ ଗ୍ରହଣ କରାଯିବ ନାହିଁ ବୋଲି ସିବିଏସ୍‌ଇ ପକ୍ଷରୁ କୁହାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.