banner
Breaking

ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ପରୀକ୍ଷା ଫଳ। କେମିତି ପାଇବେ ଜାଣନ୍ତୁ।

0

ଭୁବନେଶ୍ବର ,୧୫/୭(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ବୁଧବାର ଅପରାହ୍ନରେ ପ୍ରକାଶ ପାଇବ। ପରୀକ୍ଷା ଫଳ ପ୍ରକାଶ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ଼.ରମେଶ ପୋଖରିଆନ୍‌ ନିଶାଙ୍କ ପରୀକ୍ଷାର୍ଥୀ, ଅଭିଭାବକ ଏବଂ ଶିକ୍ଷକଙ୍କୁ ଟ୍ବିଟ୍‌ କରି ଶୁଭକାମନା ଜଣାଇଛନ୍ତି।

ସିବିଏସ୍‌ଇ ପକ୍ଷରୁ ମଙ୍ଗଳବାର ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଛାତ୍ରଛାତ୍ରୀ ସିବିଏସ୍‌ଇ ୱେବ୍‌ସାଇଟ୍‌(www.cbseresults.nic.in/results.nic.in/cbse.nic.in) କୁ ଲଗ୍‌ଇନ୍‌ କରି ପରୀକ୍ଷା ଫଳ ଦେଖି ପାରିବେ। ଏଥି ସହ ଛାତ୍ରଛାତ୍ରୀ ଏସ୍‌ଏମଏସ ଜରିଆରେ ମଧ୍ୟ ପରୀକ୍ଷା ଫଳ ପାଇପାରିବେ। ବିଦ୍ୟାର୍ଥୀ SPACE< ROLLNO> SPACE< ADMITCARD ID> ଲେଖି ୭୭୩୮୨୯୯୮୯୯ ନମ୍ବର କୁ ଏସ୍ଏମଏସ୍ କରି ପରୀକ୍ଷା ଫଳ ପାଇପାରିବେ।

ଦଶମ ଓ ଦ୍ବାଦଶ ବିଦ୍ୟାର୍ଥୀ ଡ଼ିଗି ଲକର ଏବଂ ଉମଙ୍ଗ ମୋବାଇଲ ଆପ୍‌ ଜରିଆରେ ସେମାନଙ୍କ ମାର୍କସିଟ, ମାଇଗ୍ରେସନ୍‌ ସାର୍ଟିଫିକେଟ୍‌ ଭଳି ଅନ୍ୟ ପ୍ରମାଣ ପତ୍ର ପାଇପାରିବେ। ସେହିପରି ସବିଏସ୍‌ଇ ଅଧୀନରେ ଥିବା ସବୁ ବିଦ୍ୟାଳୟକୁ ପୃଥକ ଭାବେ ସେମାନଙ୍କ ଇ-ମେଲ୍‌ ଜରିଆରେ ପରୀକ୍ଷା ଫଳ ପ୍ରଦାନ କରାଯିବ। ଚଳିତ ବର୍ଷ ଦେଶରେ ପ୍ରାୟ ୧୬ ଲକ୍ଷ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ଜଣାପଡିଛି।

Khansweb Solution Bhubaneswar

Leave A Reply

Your email address will not be published.