banner
Breaking

ଅଫଲାଇନରେ ହେବ ସିବିଏସଇ ଟର୍ମ ୨ ପରୀକ୍ଷା

0

ଭୁବନେଶ୍ୱର, ୧୦।୨(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଟର୍ମ-୨ ବୋର୍ଡ ପରୀକ୍ଷା ଅଫ୍‌ଲାଇନ୍‌ ମୋଡ୍‌ରେ ହେବ। ଏପ୍ରିଲ ୨୬ ତାରିଖରୁ ଉଭୟ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା କାର୍ଯ୍ୟସୂଚୀ ଖୁବ୍‌ଶୀଘ୍ର ବୋର୍ଡର ଓ୍ବେବ୍‌ସାଇଟ୍‌ www.cbse.nic.inରେ ପ୍ରକାଶ ପାଇବ। ଏ ନେଇ ବୁଧବାର ବୋର୍ଡ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନ କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ଓ ବିଭିନ୍ନ ଷ୍ଟେକ୍‌ହୋଲ୍ଡରଙ୍କ ସହ ଆଲୋଚନା ପରେ ଟର୍ମ-୨ ବୋର୍ଡ ପରୀକ୍ଷା ଅଫ୍‌ଲାଇନ୍‌ରେ କରିବା ପାଇଁ ନିଷ୍ପତ୍ତି ହୋଇଥିବା ସିବିଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ସଂୟମ ଭରଦ୍ୱାଜ କହିଛନ୍ତି। ଟର୍ମ-୧ରେ ଚଏସ୍‌ ପ୍ରଶ୍ନର ଉତ୍ତର ଦେଇଥିଲେ। କିନ୍ତୁ ଟର୍ମ-୨ରେ ପିଲାମାନେ ଉଭୟ ଅବ୍‌ଜେକ୍ଟିଭ୍‌ ଓ ସବ୍‌ଜେକ୍ଟିଭ୍‌ ପ୍ରଶ୍ନର ଉତ୍ତର ଦେବେ। ପ୍ରଶ୍ନପତ୍ରର ନମୁନା ବୋର୍ଡ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି।

ସୂଚନାଯୋଗ୍ୟ, କରୋନା ପାଇଁ ପ୍ରଥମଥର ୨୦୨୧-୨୨ ଶିକ୍ଷାବର୍ଷ ନିମନ୍ତେ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଦୁଇଟି ଲେଖାଏ ବୋର୍ଡ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲା। ଟର୍ମ-୧ ବୋର୍ଡ ପରୀକ୍ଷା ନଭେମ୍ବର-ଡିସେମ୍ବରରେ ହୋଇଥିଲା। ଏ ପର୍ଯ୍ୟନ୍ତ ତା’ର ଫଳାଫଳ ପ୍ରକାଶ ପାଇନାହିଁ। ଟର୍ମ-୨ର ଥିଓରୀ ପରୀକ୍ଷା ଏପ୍ରିଲ ୨୬ ତାରିଖରୁ ଆରମ୍ଭ ହେବ।

Khansweb Solution Bhubaneswar

Leave A Reply

Your email address will not be published.