banner
Breaking

ସିଲାବସ ବାହାରୁ ଆସିଥିବା ପ୍ରଶ୍ନ ପାଇଁ ମିଳିବ ପୂର୍ଣ୍ଣ ନମ୍ବର

0

ଭୁବନେଶ୍ୱର, ୧୪।୧୨(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦଶମ ଶ୍ରେଣୀର ଇଂଲିଶ ଭାଷା ଓ ସାହିତ୍ୟ ପରୀକ୍ଷା ପ୍ରଶ୍ନପତ୍ରରେ ଗୋଟିଏ ପ୍ରଶ୍ନ ସିଲାବସ୍‌ ଓ ଧାର୍ଯ୍ୟ ଗାଇଡ୍‌ଲାଇନ୍‌ ବାହାରୁ ରହି ଯାଇଥିଲା। ଏ ନେଇ ସୋମବାର ସିବିଏସ୍‌ଇ କର୍ତ୍ତୃପକ୍ଷ ସ୍ବୀକାର କରିବା ସହିତ ସର୍କୁଲାର ଜାରି କରିଛନ୍ତି। ସିବିଏସ୍‌ଇ କର୍ତ୍ତୃପକ୍ଷ ଉକ୍ତ ପ୍ରଶ୍ନଟିକୁ ପ୍ରଶ୍ନପତ୍ରରୁ ପ୍ରତ୍ୟାହାର କରି ନେଇଥିବା ଘୋଷଣା କରିଛି। ଏଥିସହ ଯେଉଁ ଛାତ୍ରୀଛାତ୍ରମାନେ ତ୍ରୁଟି ପ୍ରଶ୍ନପତ୍ର ଆଧାରରେ ପରୀକ୍ଷା ଦେଇଛନ୍ତି ସେମାନଙ୍କୁ ସେହି ପ୍ରଶ୍ନ ପାଇଁ ରହିଥିବା ପୂର୍ଣ୍ଣ ନମ୍ବର ପ୍ରଦାନ କରାଯିବ ବୋଲି ଘୋଷଣା କରିଛି।
ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ସିବିଏସ୍‌ଇ ୧୦ମ ଶ୍ରେଣୀର ଇଂଲିଶ ଭାଷା ଓ ସାହିତ୍ୟ ପରୀକ୍ଷା ହୋଇଥିଲା। ପ୍ରଶ୍ନପତ୍ରରେ ଗୋଟିଏ ପ୍ରଶ୍ନ ସିଲାବସ୍‌ ଓ ଧାର୍ଯ୍ୟ ଗାଇଡ଼ଲାଇନ୍‌ ବାହାରୁ ରହି ଯାଇଥିବା ଜଣାପଡ଼ିବା ପରେ ଛାତ୍ରୀଛାତ୍ର ଏବଂ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏନେଇ ସିବିଏସ୍‌ଇର ଦୃଷ୍ଟି ଆକର୍ଷଣ କରାଯିବା ପରେ ସୋମବାର କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.