banner
Breaking

ଆକ୍ରାନ୍ତଙ୍କ ସ°ଖ୍ୟା ୩୦୦ ଛୁଇଁଲା। ଅଧିକ ସଚେତନ ରୁହନ୍ତୁ।

0

ନୂଆଦିଲ୍ଲୀ : ଭାରତରେ ମହାମାରୀ କରୋନା ଭାଇରସ ବଢ଼ିବାରେ ଲାଗିଛି। ଆମମାନଙ୍କୁ ଆହୁରି ଅଧିକରୁ ଅଧିକ ସଚେତନ ହେବାକୁ ପଡିବ। ଆଇସିଏମ୍ଆରର ସୂଚନା ଅନୁଯାୟୀ ଗତକାଲି ରାତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୩୦୦ରେ ପହଞ୍ଚିଛି। ପଶ୍ଚିମବଙ୍ଗର ଜଣେ ପୁରୁଷ ଓ ପୁଣେର ଜଣେ ମହିଳାଙ୍କଠାରେ କୋବିଡ-୧୯ ପଜିଟିଭ୍ ଆସିଛି।

ତେବେ ଏହି ଦୁଇ ଆକ୍ରାନ୍ତ ବିଦେଶ ଭ୍ରମଣ କରିନଥିଲେ। ଏଣୁ ଏହା କରୋନା ସଂକ୍ରମଣର ଷ୍ଟେଜ ଥ୍ରୀକୁ ପହଞ୍ଚିବାର ଆଭାସ ଦେଉଛି। ପଶ୍ଚିମବଙ୍ଗ ଡମଦମର ୫୭ ବର୍ଷୀୟ ବ୍ୟକ୍ତିଙ୍କଠାରେ ଭୂତାଣୁ ସଂକ୍ରମଣ ରିପୋର୍ଟ ପଜିଟିଭ୍ ଆସିଛି। ତେବେ ସେ କିପରି ସଂକ୍ରମିତ ହେଲେ, ତାହା ଅନୁଧ୍ୟାନ କରାଯାଉଛି। ସେହିପରି ପୁଣେର ୪୦ ବର୍ଷିୟା ମହିଳାଙ୍କଠାରେ ମଧ୍ୟ ରିପୋର୍ଟ ପଜିଟିଭ୍ ଆସିଛି।

ତେବେ ଗତକାଲି କେରଳରେ ନୂଆ ୧୨ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୯ ହୋଇଛି। କରୋନା ପ୍ରଭାବିତ ଇଟାଲୀରୁ ୨୬୩ ଜଣ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି ସ୍ୱତନ୍ତ୍ର ଇଣ୍ଡିଆ ବିମାନରେ ସେମାନଙ୍କୁ ଭାରତ ଅଣାଯାଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସୂଚନା ଦେଇଛି।

Khansweb Solution Bhubaneswar

Leave A Reply

Your email address will not be published.