banner
Breaking

କରୋନା ଭୂତାଣୁ ପାଇଁ ସତର୍କ,ସଜାଗ ଓ ସଚେତନ ରୁହନ୍ତୁ।

0

ସାରା ବିଶ୍ବରେ କୋକୁଆ ଭୟ ସୃଷ୍ଟି କରିଛି କରୋନା। ସମସ୍ତେ
ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏଥିପାଇଁ କେତେକ ସ୍ଥାନରେ ଅଘଟଣ ଘଟୁଥିବାର ପ୍ରଚାର ଓ ବିଭିନ୍ନ ପ୍ରକାରର ଗୁଜବ ସାମାଜିକ ଗଣମାଧ୍ୟମରେ ଏବଂ ତୁଣ୍ଡ ବାଇଦ ମାଧ୍ୟମରେ ପ୍ରଚାର ପ୍ରସାର କରାଯାଉଛି। ଏହାକୁ ବିଶ୍ୱାସ କରନ୍ତୁ ନାହିଁ। ସଚେତନତା ଅବଲମ୍ବନ କରନ୍ତୁ ଖୁବଶୀଘ୍ର କରୋନା ଦୁରେଇ ଯିବ। ପୃଥିବୀରେ ମଣିଷ ହେଉଛି ଶ୍ରେଷ୍ଠ ଜୀବ ଯେ କି ସବୁ ଅସାଧ୍ୟକୁ ସାଧନ କରିପାରେ। ବିଗତ ଦିନରେ କେତେ ମହାମାରୀର ମୁକାବିଲା କରିଛି ଏଇ ମଣିଷ ଜାତି। ସାହସ, ବୁଦ୍ଧି ଓ ସଚେତନତା ବଳରେ ସମସ୍ତଙ୍କୁ ପରାସ୍ତ କରିଛି। ଆଜି କାହିଁକି କରୋନା ଭୂତାଣୁକୁ ପରାସ୍ତ ନକରି ପାରିବା। ଏହା ଜଳବାହିତ କିମ୍ବା ବାୟୁ ବାହିତ ରୋଗ ନୁହେଁ। ଡାକ୍ତର ମାନଙ୍କ କହିବା ଅନୁସାରେ ଏହା ସ୍ପର୍ଶ ବା ଛୁଆଁ ରୋଗ । କେବଳ ସତର୍କ ଓ ସଚେତନତା ମାଧ୍ୟମରେ ଦୁରେଇ ଦେଇ ପାରିବା। ଆସନ୍ତୁ ସମସ୍ତେ ସତର୍କ ଓ ସଜାଗ ରହିବା। ସମ୍ପାଦକ ଓଡ଼ିଆ ନ୍ୟୁଜ।

Khansweb Solution Bhubaneswar

Leave A Reply

Your email address will not be published.