banner
Breaking

ଆଜି ରାଜ୍ୟରୁ ୩୫୫ ପଜିଟିଭ ଚିହ୍ନଟ

0

ଭୁବନେଶ୍ୱର,୨୫ା୮(ବ୍ୟୁରୋ): ରାଜ୍ୟରୁ ଆଜି ୩୫୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୦୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୪୭ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦିଆଯାଇଛି।
ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୭୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୬୨ ଏବଂ ବୌଦ୍ଧରୁ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେହିପରି ଅନୁଗୋଳରୁ ୧, ବାଲେଶ୍ୱର ୭, ବରଗଡ଼ ୧୨, ଭଦ୍ରକ ୨, ବଲାଙ୍ଗୀର ୨୫, କଟକ ୨୨, ଦେବଗଡ଼ ୩, ଢେଙ୍କାନାଳ ୧, ଗଜପତି ୬, ଗଞ୍ଜାମ ୧, ଯାଜପୁର ୧୦, ଝାରସୁଗୁଡ଼ା ୪, କଳାହାଣ୍ଡି ୧୪, କନ୍ଧମାଳ ୨ କେନ୍ଦ୍ରାପଡ଼ା ୧, କେନ୍ଦୁଝର ୪, କୋରାପୁଟ ୨,ମାଲକାନଗିରି ୨, ମୟୂରଭଞ୍ଜ ୮, ନବରଙ୍ଗପୁର ୧୨, ନୟାଗଡ଼ ୪, ନୂଆପଡ଼ା ୧୧, ପୁରୀ ୪, ରାୟଗଡ଼ାରୁ ୪ ଏବଂ ସୋନପୁରରୁ ୫ ଓ ଷ୍ଟେଟ୍‌ ପୁଲରୁ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୬,୧୨୧ରେ ପହଞ୍ଚିଥିବା ବେଳେ ୧୩,୧୪,୭୫୨ ଜଣ ସୁସ୍ଥ ହୋଇଛନ୍ତି। ୨୧୪୮ ଜଣ ଚିକିିତ୍ସିତ ହେଉଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.