banner
Breaking

ଦୁଇମାସ ବଢିବ କରୋନା

0

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆହୁରି ୨ ମାସ ଅର୍ଥାତ ମାର୍ଚ୍ଚ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ଆସନ୍ତା ୨ ମାସ କରୋନା ସଂକ୍ରମଣ ବୃଦ୍ଧି ପାଇବ । ଅନ୍ୟ ଦେଶରେ ମଧ୍ୟ ସଂକ୍ରମଣ ବ୍ୟାପୁଛି । ଅଧିକାଂଶ ଆକ୍ରାନ୍ତଙ୍କର ସାମନ୍ୟ ଲକ୍ଷଣ ଅଛି । ପ୍ରାୟ ୮ଟି ଜିଲାରେ ଟିପିଆର୍‌ ଅଧିକ ଅଛି। ତେଣୁ ୮ ଜିଲା ବର୍ତ୍ତମାନ ରେଡ୍‌ ଜୋନ୍‌ରେ ରହିଛି । କିନ୍ତୁ ମୃତ୍ୟୁ, ହସ୍ପିଟାଲାଇଜେଶନ ଓ ଆଇସିୟୁ ଆବଶ୍ୟକତା କମ ରହୁଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ସମସ୍ତ ଜିଲାପାଳଙ୍କୁ ଆବଶ୍ୟକ ଅନୁସାରେ କ୍ଲଷ୍ଟର କଣ୍ଟେନମେଣ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ରୋଗୀ ସଂଖ୍ୟା ଦେଖି ଭବିଷ୍ୟତରେ ବେଡ ସଂଖ୍ୟା ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.