banner
Breaking

ରାଜ୍ୟ ପାଇଁ ଖୁସି ଖବର। ଲକ୍ଷେ ପାରହେଲା ସୁସ୍ଥ ସ°ଖ୍ୟା।

0

ଭୁବନେଶ୍ୱର,୮/୯(ଓଡ଼ିଆ ନ୍ୟୁଜ): ରାଜ୍ୟ ପାଇଁ ଖୁସି ଖବର। ରାଜ୍ୟରେ ଆଜି ଲକ୍ଷେ ଟପିଛି କରୋନା ସୁସ୍ଥଙ୍କ ସଂଖ୍ୟା । ଆଜି ୨୭୮୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସ°ଖ୍ୟା     ୧ ,୦୨,୧୮୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି ଖୋର୍ଦ୍ଧାରୁ ୧୧୪୫, କଟକରୁ ୨୩୦, ପୁରୀରୁ ୧୯୨, ମୟୁରଭଞ୍ଜରୁ ୧୫୩, ଗଞ୍ଜାମରୁ ୧୧୫, ବାଲେଶ୍ୱରରୁ ୭୮, କେନ୍ଦୁଝରରୁ ୭୬, ବରଗଡ଼ରୁ ୭୫, ଯାଜପୁରରୁ ୬୮, କୋରାପୁଟରୁ ୬୮, ଜଗତସିଂହପୁରରୁ ୬୪, ସମ୍ବଲପୁରରୁ ୬୨, ଭଦ୍ରକରୁ ୫୪, ଝାରସୁଗୁଡ଼ାରୁ ୫୦, ନବରଙ୍ଗପୁରରୁ ୪୫, ମାଲକାନଗିରିରୁ ୪୧, ସୋନପୁରରୁ ୩୬, ଢ଼େଙ୍କାନାଳରୁ ୩୫, ବଲାଙ୍ଗୀରରୁ ୨୮, କନ୍ଧମାଳରୁ ୨୮, ନୂଆପଡ଼ାରୁ ୨୫, ସୁନ୍ଦରଗଡ଼ରୁ ୨୩, କଳାହାଣ୍ଡିରୁ ୧୮, ରାୟଗଡ଼ାରୁ ୧୮, ଗଜପତିରୁ ୧୭, କେନ୍ଦ୍ରାପଡ଼ାରୁ ୧୫, ନୟାଗଡ଼ରୁ ୧୨, ଅନୁଗୁଳରୁ ୯, ବୌଦ୍ଧରୁ ୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ।

Khansweb Solution Bhubaneswar

Leave A Reply

Your email address will not be published.