banner
Breaking

ରାଜ୍ୟରେ ଆଜି ପୁଣି ୩୮୬୧ ପଜିଟିଭ ଚିହ୍ନଟ ଓ ୧୦ ମୃତ।

0

ଭୁବନେଶ୍ୱର,୭/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୩୮୬୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨,୨୭୮ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୧,୫୮୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୭,୮୯୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲ୍ଲାରୁ ଚିହ୍ନଟ ୩୬୮୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୧୨୦, ବାଲେଶ୍ୱର ୧୦୫, ବରଗଡ଼ ୧୭୬, ଭଦ୍ରକ ୭୪, ବଲାଙ୍ଗୀର ୭୫, ବୌଦ୍ଧ ୨୨, କଟକ ୩୮୬, ଦେଓଗଡ଼ ୧୨, ଢେଙ୍କାନାଳ ୭୪, ଗଜପତି୧୪, ଗଞ୍ଜାମ ୯୧, ଜଗତସିଂହପୁର ୮୬, ଯାଜପୁର ୨୮୫, ଝାରସୁଗୁଡ଼ା ୧୯୯, କଳାହାଣ୍ଡି ୨୮, କନ୍ଧମାଳ ୨୫, କେନ୍ଦ୍ରାପଡ଼ା ୮୩, କେନ୍ଦୁଝର ୬୬, କୋରାପୁଟ ୮୬, ମାଲକାନଗିରି ୩୩, ମୟୁରଭଞ୍ଜ ୧୨୨, ନବରଙ୍ଗପୁର ୪୪, ନୟାଗଡ଼ ୫୭, ନୂଆପଡ଼ା ୪୮, ପୁରୀ ୨୦୦, ସମ୍ବଲପୁର ୭୭, ସୋନପୁର ୧୧୭, ସୁନ୍ଦରଗଡ଼ ୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୧ଲକ୍ଷ ୪୩ହଜାର ୫୬୬ଟି ନମୁନା ପରୀକ୍ଷଣ ହୋଇଛି। ସେଥିରୁ ୧,୨୭,୮୯୨ଜଣ ପଜିଟିଭ ଚିହ୍ନଟ ହୋଇ ସାରିଛନ୍ତି।ସେମାନଙ୍କ ମଧ୍ୟରୁ ୯୬,୩୬୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୦,୯୧୯ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
ରାଜ୍ୟରେ ସୋମବାର କରୋନା ଆଉ ୧୦ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୫୬କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି କରୋନାରେ ୧୦ ଜଣ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ବାଲେଶ୍ବର, ଭୁବନେଶ୍ବର, କଟକ, କଳାହାଣ୍ଡି, କୋରାପୁଟ, ନୟାଗଡ ଓ ରାୟଗଡ଼ା ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.