banner
Breaking

ରାଜ୍ୟରେ ପୁଣି ୧୪୬ ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୪୦୫୫ କୁ ବୃଦ୍ଧି

0

ଭୁବନେଶ୍ୱର,୧୫ ।୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୪୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୦୫୫କୁ ବୃଦ୍ଧି ପାଇଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୨୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୮ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
୧୫ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୪୬ ଜଣ ପଜିଟିଭ୍ ଙ୍କ ମଧ୍ୟରୁ କନ୍ଦମାଳରୁ ସର୍ବାଧିକ ୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା-୭, ନୟାଗଡ-୪, ଝାରସୁଗୁଡା-୧, ରାୟଗଡା-୫, କଟକ-୧୯, ଜଗତସିଂହପୁର-୪, ବାଲେଶ୍ୱର-୮, ଢେଙ୍କାନାଳ-୧, ଅନୁଗୁଳ-୬, ଗଞ୍ଜାମ-୮, ସୋନପୁର-୨, ଭଦ୍ରକ-୧୯, ସମ୍ୱଲପୁର-୧, ସୁନ୍ଦରଗଡରୁ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଓଡ୍ରାଫ୍/ଏନଡିଆରଏଫ/ଅଗ୍ନିଶମ ସେବାର ୯ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ଏହି କର୍ମଚାରୀମାନେ ପଶ୍ଚିମବଙ୍ଗରୁ ଅମ୍ଫାନ୍‌ର ସହାୟତା କାମ ସାରି ଫେରିଥିଲେ ।

ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ ଲକ୍ଷ ୨୫ ହଜାର ୧୩ ଟି ନମୂନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୪୦୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୭୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩ ଜଣ କରୋନା ଆକ୍ରାନ୍ତଙ୍କ ଅନ୍ୟ ରୋଗ କାରଣରୁ ମୃତ୍ୟୁ ହୋଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩୩୩ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.