banner
Breaking

ରାଜ୍ୟରେ ପୁଣି ୧୩୦ ପଜିଟିଭ୍ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୨୬୦୮ କୁ ବୃଦ୍ଧି।

0

ଭୁବନେଶ୍ୱର,୫/୬(ଓଡ଼ିଆ ନ୍ୟୁଝ): ରାଜ୍ୟରେ ପୁଣି ୧୩୦ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧି ପାଇଛି। ଏହି ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୨୪ ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୬ଜଣ ସ୍ଥାନୀୟ ଲୋକ ଅଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୧୭ ଜଣ ଚିକିତ୍ସା ହେଉଥିବା ବେଳେ ୧୪୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୮ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କାରଣରୁ ଦୁଇଜଣଙ୍କର ମୃତ୍ୟୁ ଘଟିଛି ।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୨୩ଜଣ ଆକ୍ରାନ୍ତ ଅଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଆଉଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଖୋର୍ଦ୍ଧାର ଜଣେ ୬୩ ବର୍ଷିୟ ଆକ୍ରାନ୍ତ ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି ।
ଆକ୍ରାନ୍ତଙ୍କ ମଧ୍ୟରେ କୋରାପୁଟରୁ ୬, ଖୋର୍ଦ୍ଧାରୁ ୨୨, ପୁରୀରୁ ଜଣେ, ରାୟଗଡାରୁ ଜଣେ, ଯାଜପୁରରୁ ୩, ଜଗତସିଂହପୁରରୁ ଜଣେ, ଗଜପତିରୁ ୭, ମୟୁରଭଞ୍ଜରୁ ୨୨, କଟକରୁ ୨୩, ଅନୁଗୁଳରୁ ଜଣେ, ଭଦ୍ରକରୁ ୪, ଢେଙ୍କାନାଳରୁ ଦୁଇ ବଲାଙ୍ଗୀରରୁ ୩, ବରଗଡରୁ ୪, କେନ୍ଦୁଝରରୁ ୨, କଳାହାଣ୍ଡିରୁ ୩, ଗଞ୍ଜାମ ୧୨, ସୁନ୍ଦରଗଡ଼ ୭, ସୁବର୍ଣ୍ଣପୁରରୁ ଜଣେ ଓ କେନ୍ଦ୍ରାପଡାରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଅଦ୍ୟାବଧି ରାଜ୍ୟରେ ୧ଲକ୍ଷ ୬୯ ହଜାର ୧୦ଜଣଙ୍କ କରୋନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୨୬୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.