banner
Breaking

କରୋନା ସାଜିଲା ମହାମାରୀ। ୧୦୫ ଦେଶକୁ ବ୍ୟାପିଲା। ୩୮୧୭ ମୃତ ଭାରତରେ ଜଣେବି ନାହାନ୍ତି।

0

ଜେନେଭା, (ଓଡ଼ିଆ ନ୍ୟୁଜ) : କରୋନା ଭୂତାଣୁ ସଂକ୍ରମଣ ଏକ ବିଶ୍ୱବ୍ୟାପୀ ବିପଦ ଭାବେ ଦେଖାଦେଇଛି ବୋଲି  ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି।  ଏହି ଭୂତାଣୁ ୧୦୦ରୁ ଅଧିକ ଦେଶରେ ତା’ର ପ୍ରଭାବ ବିସ୍ତାର କରିଛି। ସଙ୍ଗଠନର ମହାନିର୍ଦ୍ଦେଶକ ଟେଡ୍‍ରସ୍‍ ଆଧାନୋମ୍‍ ଘେବ୍ରିୟେସସ୍ କହିଛନ୍ତି, ଏହି ଭୂତାଣୁ ବିଭିନ୍ନ ଦେଶରେ ତା’ର କାୟା ବିସ୍ତାର କରିଥିବାରୁ ଏହି ମହାମାରୀ ସମଗ୍ର ବିଶ୍ୱକୁ ବ୍ୟାପିବାର ଭୟ ଦେଖାଦେଇଛି। ସେ କହିଛନ୍ତି, ଇତିହାସର ପ୍ରଥମ ବିଶ୍ୱବ୍ୟାପୀ ମହାମାରୀ ଭାବରେ ଏହାକୁ ବିଭିନ୍ନ ଦେଶର ସରକାର, ବାଣିଜ୍ୟିକ ପ୍ରତିଷ୍ଠାନ ଓ ବ୍ୟକ୍ତିବିଶେଷମାନେ ନିୟନ୍ତ୍ରଣ କରିବାକୁ ସାମୂହିକ ପ୍ରୟାସ କରୁଛନ୍ତି।ଗତବର୍ଷ ଡିସେମ୍ବର ମାସରେ ଚୀନ୍‍ର ଉହାନ୍‍ ସହରରୁ ଏହି ସଂକ୍ରମଣ ୧୦୫ଟି ଦେଶକୁ ବ୍ୟାପିବା ଫଳରେ ୩୮୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସହିତ ଲକ୍ଷେ ୧୦ ହଜାର ୨୯ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ବିଭିନ୍ନ ଦେଶରେ କରୋନା ଭୁତାଣୁର ଆତଙ୍କ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କେରଳରୁ କାଶ୍ମୀର ଚାରିଆଡେ କରୋନା କାୟା ବିସ୍ତାର କରିଚାଲିଛି। ଭାରତରେ ବର୍ତ୍ତମାନ ସୁଦ୍ଧା କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୪୨ ରେ ପହଞ୍ଚିଛି। କେରଳରେ ଜଣେ ତିନିବର୍ଷର ଶିଶୁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିବା ବେଳେ ଜମ୍ମୁକାଶ୍ମୀରରେ ଜଣେ ୬୩ ବର୍ଷର ମହିଳା କରୋନା ଅକ୍ରାନ୍ତ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଏମ୍ସରୁ ମିଳିଥିବା ରିପୋର୍ଟ ଅନୁସାରେ ଦିଲ୍ଲୀରେ ଜଣେ ମହିଳା କରୋନା ଭୁତାଣୁରେ ସଂକ୍ରମିତ ହୋଥିବା ଜଣାପଡିଛି।
ତେବେ ଭାରତରେ ବର୍ତ୍ତମାନ ସୁଦ୍ଧା କୌଣସି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିନାହିଁ।ଅନ୍ୟପକ୍ଷରେ  ଇରାନରେ ଅଟକି ରହିଥିବା ଭାରତୀୟ ତୀର୍ଥଯାତ୍ରୀଙ୍କ କରୋନା ଯାଞ୍ଚ୍ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସେମାନଙ୍କୁ ଭାରତ ଫେରାଇ ଆଣିବା ଲାଗି ଆବଶ୍ୟକ ବ୍ୟବସ୍ଥା ନିମନ୍ତେ ଇରାନ ସରକାରଙ୍କ ସହ ଆଲୋଚନା ଚାଲିଥିବା ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି। ସେ କହିଛନ୍ତି,ଏହି ଯାଞ୍ଚ୍ ପ୍ରକ୍ରିୟାରେ ଇରାନରେ ଥିବା କୌଣସି ଭାରତୀୟ ମତ୍ସ୍ୟଜୀବୀଙ୍କୁ କରୋନା ସଂକ୍ରମଣ ହୋଇ ନ ଥିବା ଜଣାପଡ଼ିଛି। ଇରାନରେ କରୋନା ଭୂତାଣୁ ଯୋଗୁଁ ପୁଣି ୪୯ ଜଣଙ୍କର ମୃତ୍ୟୁ ଘଟିଥିବା ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.