banner
Breaking

ଭାରତରେ କରୋନା ମୃତ୍ୟୁ ହାର କମ୍ ରହିବ।

0

ନୂଆଦିଲ୍ଲୀ,୧।୪: ଯେଉଁ ଦେଶରେ ଟିବି ପାଇଁ  ପ୍ରତିଷେଧକ ଟୀକା ବିସିଜି(ବାସଲି କାଲାମେଟ୍‌-ଗ୍ୟୁରିନ୍‌)ର ବ୍ୟବହାର କରାଯାଇଛି ସେସବୁ ଦେଶରେ କରୋନା ଆତଙ୍କ କମ ଦେଖାଯିବ ବୋଲି ନ୍ୟୁୟର୍କ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି ବିଭାଗର ବାୟୋଲୋଜିକାଲ ସାଇନ୍ସ୍‌ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ଭାରତରେ କରୋନା ଦ୍ୱାରା କମ କ୍ଷତି ହେବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଭାରତରେ ଗତ ୭୨ ବର୍ଷ ଧରି ଶିଶୁ ଜନ୍ମ ହେବାପରେ ଟିବି ପାଇଁ ପ୍ରତିଷେଧକ ଟୀକା ବିସିଜି ଦେବା ପ୍ରକ୍ରିୟା ଜାରି ରହିଛି। ଭାରତରେ ୧୯୪୮ରେ ଏହି ଟୀକାକରଣ ଆରମ୍ଭ ହୋଇଥିବାବେଳେ ୧୯୬୨ରେ ଏହାକୁ ଟିବି ନିରାକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ପୃଥିବୀର ଯେଉଁ ସବୁ ଦେଶରେ ବିସିଜି ଟୀକା ଦିଆଯାଉ ନାହିଁ ସେଠାରେ କରୋନା ଆତଙ୍କ ସୃଷ୍ଟି କରିଛି। ଇଟାଲିରେ ୧୯୮୧ଠାରୁ ବିସିଜି ଟୀକାକରଣ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଥିଲା। ତେଣୁ ଏଠାରେ କରୋନ ମୃତ୍ୟୁ ସଂଖ୍ୟା ଅଧିକ ରହିଛି ବୋଲି ରିପୋର୍ଟରେ କୁହାଯାଇଛି। ଟିବି ରୋଗରେ ଫୁସଫୁସ ସଂକ୍ରମଣ ହୋଇଥାଏ। ଏହାକୁ ରୋକିବା ଲାଗି ଭାରତରେ ଶିଶୁ ଜନ୍ମ ପରେ ବିସିଜି ଟୀକାର ପ୍ରୟୋଗ କରାଯାଇଥାଏ। ଆମେରିକା, ଇଟାଲି, ଲେବାନନ୍‌, ନେଦରଲାଣ୍ଡ୍‌, ବେଲଜିୟମ୍‌ ଆଦି ଦେଶରେ ବିସିଜି ଟୀକାକରଣ କରାଯାଇ ନ ଥାଏ। ତେବେ ଚାଇନା, ଜାପାନ, ବ୍ରାଜିଲ୍‌, ଭାରତ ଆଦି ଦେଶରେ ଏହାର ବ୍ୟବହାର ଜନ୍ମ ସମୟରୁ ହିଁ କରାଯାଇଥାଏ। ତେବେ ଚାଇନା କରୋନା ସଂକ୍ରମଣର କେନ୍ଦ୍ର ପାଲଟି ଥିବାରୁ ଏଠାରେ ମୃତ୍ୟୁ ତଥା ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ବ୍ରାଜିଲ୍‌ରେ ୧୯୨୦ଠାରୁ ବିସିଜିର ବ୍ୟବହାର ଜାରି ରହିଛି। ସେହିପରି ଭାରତରେ ଜନ୍ମ ପରେ ୯୭ ପ୍ରତିଶତରୁ ଅଧିକ ଶିଶୁଙ୍କୁ ବିସିଜି ଟୀକା ଦିଆଯାଇଥାଏ। ତେଣୁ କରୋନା ଦ୍ୱାରା ଭାରତ ଅଧିକ ପ୍ରଭାବିତ ହେବାର ଆଶଙ୍କା କମ ଥିବା ରିପୋର୍ଟରେ ପ୍ରକାଶ ପାଇଛି।

Khansweb Solution Bhubaneswar

Leave A Reply

Your email address will not be published.