banner
Breaking

ଭଦ୍ରକରୁ ଜଣେ ପଜେଟିଭ। ସ୍ବାସ୍ଥ୍ୟ ବିଭାଗର ପରାମର୍ଶ କଣ ପଢନ୍ତୁ।

ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ-ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର, ୧/୪(ଓଡ଼ିଆ ନ୍ୟୁଜ): ଗତକାଲି ଭଦ୍ରକରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବାହାରୁ ଆସିଥିବା ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ବିଭାଗ।କରୋନା ଭୂତାଣୁକୁ ରୋକିବାକୁ ହେଲେ ଗୋଟିଏ ବାଟ ହେଉଛି ସତର୍କତା। କରୋନାକୁ ହାଲୁକା ଭାବେ ନିଅନ୍ତୁ ନାହିଁ ବୋଲି ଚେତାବନୀ ଦେଇଛି  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।ବିଭାଗ ପକ୍ଷରୁ କୁହାଯାଇଛି,  କରୋନାର ଲକ୍ଷଣ ନାହିଁ ବୋଲି ଭାବି ହାଲ୍‌କା ହୋଇ ଯାଆନ୍ତୁ ନାହିଁ। କାରଣ ଭଦ୍ରକରୁ ଚିହ୍ନଟ ୪ର୍ଥ  ଆକ୍ରାନ୍ତ ବ୍ୟକ୍ତିଙ୍କ ପାଖରେ କରୋନା ଭୂତାଣୁର କୌଣସି ଲକ୍ଷଣ ନ ଥିଲା।  ‌ତେବେ ସେ ବାହାରୁ ଆସିଥିଲେ। ତେଣୁ ବାହାରୁ ଆସିଥିବା ଯାତ୍ରୀମାନଙ୍କ ଠାରେ କୌଣସି ଲକ୍ଷଣ ନଥିଲେ ମଧ୍ୟ ସେମାନେ ଏହାକୁ ହାଲୁକା ଭାବେ ନେବା ଉଚିତ ନୁହେଁ। ସେମାନେ ଦୁଇ ସପ୍ତାହ ହୋମ୍ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ସେତିକି ନୁହେଁ, କ୍ୱାରେଣ୍ଟାଇନ୍‌ରେ ରହିବା ପରେ ବି ଆହୁରି ୨ ସପ୍ତାହ   ନିଜର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବାକୁ ବିଭାଗ ପରାମର୍ଶ ଦେଇଛି।

Khansweb Solution Bhubaneswar

Leave A Reply

Your email address will not be published.