banner
Breaking

କରୋନାର ୯ଟି ଲକ୍ଷଣ।

ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ-ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: କରୋନା ଭାଇରସ ବିଶ୍ୱରେ ଆତଙ୍କ ଖେଳାଇଛି। ସାରା ବିଶ୍ୱର ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, କରୋନା ଭାଇରସର ଲକ୍ଷଣ ସାଧାରଣତଃ ଥଣ୍ଡା ଭଳି ହୋଇଥାଏ । ଏହି ଭାଇରସରେ ଆକ୍ରାନ୍ତ ରୋଗୀମାନଙ୍କୁ ଚିହ୍ନିବା କଷ୍ଟ ହୋଇଥାଏ। ଏହି କାରଣରୁ ଲୋକମାନେ ଶୀଘ୍ର ଏହି କିଲର କରୋନା ଭାଇରସର ଶିକାର ହୋଇଥାନ୍ତି। କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଭାଇରସର ଲକ୍ଷଣଗୁଡ଼ିକ ବିଷୟରେ କହିଛନ୍ତି, ଯାହା ଫଳରେ ଆପଣ ଏହି ମାରାତ୍ମକ ଭାଇରସର ରୋଗୀଙ୍କୁ ସହଜରେ ଚିହ୍ନି ପାରିବେ। ତେବେ ଆସନ୍ତୁ ଜାଣିବା ଏହି ଲକ୍ଷଣଗୁଡ଼ିକ ବିଷୟରେ…

୧- କରୋନା ଭାଇରସରେ ଆକ୍ରାନ୍ତ ହେବାର ୫ଦିନ ମଧ୍ୟରେ ଜଣେ ବ୍ୟକ୍ତିଙ୍କୁ ଶୁଖିଲା କାଶ ହୋଇଥାଏ। ପରେ ଫୁସ୍‌ଫୁସ୍‌ରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ।

୨- ରୋଗୀକୁ ଜ୍ୱର ହେବା ଆରମ୍ଭ ହୁଏ ଏବଂ ଶରୀରରେ ତାପମାତ୍ରା ଅଧିକ ବଢ଼ିଥାଏ। ଏପର୍ଯ୍ୟନ୍ତ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହି  କରୋନା ଭାଇରସ ଆକ୍ରାନ୍ତ କଲେ ରୋଗୀକୁ ଜ୍ୱର ହୋଇଥାଏ ବୋଲି କହିଛନ୍ତି।

୩- କରୋନା ଭାଇରସରେ ଆକ୍ରାନ୍ତ ହେବାର ୫ଦିନରେ ରୋଗୀକୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ବୟସ୍କ ବ୍ୟକ୍ତିମାନଙ୍କ ଠାରେ ଏହି ସମସ୍ୟା ବେଶି ଦେଖାଯାଇଥାଏ।

୪- ଅନେକ ରୋଗୀଙ୍କ କ୍ଷେତ୍ରରେ ଏହି କରୋନା ଭାଇରସ ଶରୀରରେ ଅଧିକ ଯନ୍ତ୍ରଣା ଦେଇଥାଏ। ଏହି ଭାଇରସରେ ସଂକ୍ରମିତ ହେବାପରେ ଶରୀରର ଗଣ୍ଠିଗୁଡ଼ିକରେ ଯନ୍ତ୍ରଣା ଅନୁଭବ ହୋଇଥାଏ।

୫-ଏହି ଭାଇରସରେ ଆକ୍ରାନ୍ତ ହେଲେ ଶରୀରର ମାଂସପେଶୀରେ ଯନ୍ତ୍ରଣା ହେବା ସହ ଥକାପଣ ଲାଗିଥାଏ।

୬- ଏହା ବ୍ୟତୀତ ଅନେକ ରୋଗୀଙ୍କ କହିବା ଅନୁଯାୟୀ, ଗଳାରେ ମଧ୍ୟ ଯନ୍ତ୍ରଣା ହୋଇଥାଏ। ଫଳରେ ଗଳା ଫୁଲିଯାଇଥାଏ।

୭-ଏହି ରୋଗରେ ଆକ୍ରାନ୍ତ ହେଲେ ସବୁବେଳେ ନାକରୁ ପାଣି ବାହାରିଥାଏ। ଯେପରି ଥଣ୍ଡା ସମୟରେ ନାକରୁ ପାଣି ବାହାରେ ସେହିପରି ଲକ୍ଷଣ ଦେଖାଦେଇଥାଏ।

୮-ଏପରିକି କରୋନା ରୋଗୀ ସେମାନେ ନିଜର ଖାଇବା ସ୍ୱାଦକୁ ଜାଣିପାରନ୍ତି ନାହିଁ।

୯-ଚୀନ ଓ ଆମେରିକାର କେତେକ ରୋଗୀଙ୍କ କହିବା ଅନୁଯାୟୀ, ସେମାନଙ୍କ କାନରେ ମଧ୍ୟ ଯନ୍ତ୍ରଣା ଅନୁଭବ ହୁଏ।

Khansweb Solution Bhubaneswar

Leave A Reply

Your email address will not be published.