banner
Breaking

କରୋନା ପାଇଁ ଚିକିତ୍ସା ବିଜ୍ଞାନରେ ଭାରତକୁ ବଡ ସଫଳତା।

ସତର୍କ, ସଚେତନ, ସଜାଗ ଓ ଘରେ ରୁହନ୍ତୁ।

0

ପୁଣେ : କରୋନା ଭୁତାଣୁ ସାରା ବିଶ୍ବରେ କାୟା ବିସ୍ତାର କରିଚାଲିଛି।ଏଥିରୁ ନିସ୍ତାର ପାଇବା ପାଇଁ ସବୁ ଦେଶ ପ୍ରଚେଷ୍ଟା ଜାରି ରଖିଛନ୍ତି।କିନ୍ତୁ ଚିକିତ୍ସା ବିଜ୍ଞାନରେ ଭାରତକୁ ଏକ ବଡ଼ ସଫଳତା ମିଳିଛି। ମାତ୍ର ୧୨ଶହ ଟଙ୍କାରେ ହୋଇପାରିବ କରୋନା ଟେଷ୍ଟ। ଆଉ ୭ ନୁହେଁ ଅଢ଼େଇ ଘଣ୍ଟାରେ ବି ଚିହ୍ନଟ ହୋଇଯିବ କୋଭିଡ଼-୧୯ ଭୂତାଣୁ। ଏଭଳି ଏକ ଟେଷ୍ଟିଂ କିଟ୍ ବାହାରିଛି ଯାହାର ନାଁ ପାଥୋ ଡିଟେକ୍ଟ। ମହାରାଷ୍ଟ୍ର ପୁଣେ ସ୍ଥିତ ମାଇଁ ଲ୍ୟାବ୍ ଡିସକଭରି ଫାର୍ମ ଦ୍ୱାରା ପ୍ରସ୍ତୁତ ଏହି କିଟ୍‌ରେ ଥରକେ ବି ହୋଇପାରିବ ୧୦୦ଟି ସାମ୍ପଲ୍ ଟେଷ୍ଟ। ସତ୍ୟତା ପରୀକ୍ଷଣ ପରେ ଅଧିକ ସଂଖ୍ୟକ କିଟ୍ ପ୍ରସ୍ତୁତ କରିବାକୁ ଉକ୍ତ ସଂସ୍ଥାକୁ ମିଳିଛି ସରକାରଙ୍କ ଅନୁମତି। ପ୍ରଥମ ପର୍ଯ୍ୟାୟରେ ସଂସ୍ଥା ବଜାରକୁ ଦେଢ଼ ଶହ କିଟ୍ ଛାଡ଼ିଥିବାବେଳେ ଆଗାମୀ ୭ ଦିନରେ ଲକ୍ଷେ କିଟ୍ ପ୍ରସ୍ତୁତ କରିପାରିବ ବୋଲି ଦାବି କରିଛନ୍ତି ଏହି ସଂସ୍ଥାର ନିର୍ଦ୍ଦେଶକ। ତେବେ କମ୍ ସମୟ ଓ କମ୍ ଖର୍ଚ୍ଚରେ କରୋନା ଭୂତାଣୁ ଚିହ୍ନଟକାରୀ ପାଥୋ ଡିଟେକ୍ଟ ନାମକ ଏ ସ୍ୱଦେଶୀ କିଟ୍‌କୁ ନେଇ ଯେତିକି ଚର୍ଚ୍ଚା, ତାଠୁ ଅଧିକ ଚର୍ଚ୍ଚିତ ଏହାର ଉଦ୍ଭାବନକାରୀ। ସେ ହେଲେ ମାଇଁଲ୍ୟାବ୍ ରିସର୍ଚ ବିଭାଗ ମୁଖ୍ୟ ମିନାଲ ଡାଖାଭେ ଭୋସଲେ।୪ ମାସର ଗବେଷଣାକୁ ମାତ୍ର ୬ ସପ୍ତାହରେ ସେ ଶେଷ କରିଥିଲେ। ଏପରିକି ଗବେଷଣା ବେଳେ ସେ ଥିଲେ ଗର୍ଭବତୀ। ଏମିତିକି ମାର୍ଚ୍ଚ ୧୮ରେ ଜାତୀୟ ଭୂତାଣୁ ଅଧ୍ୟୟନ ଇନଷ୍ଟିଚ୍ୟୁଟ୍ ବା NIVକୁ ଏ କିଟ୍ ହସ୍ତାନ୍ତର କରିବାର ଦିନକ ପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ଦେଶ ସେବା କରିବାର ପ୍ରତିଜ୍ଞା ଯେମିତି ତାଙ୍କର ସବୁ ଯନ୍ତ୍ରଣା ଭୁଲାଇ ଦେଇଥିବା କହିଛନ୍ତି ଭୋସଲେ।

ଆଗାମୀ ଦିନରେ ଦେଶରେ କରୋନାର ସମ୍ଭାବ୍ୟ ଭୟାବହତାର ମୁକାବିଲା ଲାଗି ଆଗୁଆ ସଜାଗ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଯଦିଓ ଏବେ ସରକାରଙ୍କ ପାଖରେ ଟେଷ୍ଟିଂ କିଟ୍‌ରେ ଅଭାବ ନାହିଁ। ତେବେ ଆଗକୁ ୪୦ ହଜାର ଭେଣ୍ଟିଲେଟର ପ୍ରସ୍ତୁତ କରିବାକୁ ବିଭିନ୍ନ ଇଲେଟ୍ରୋନିକ୍ସ ସଂସ୍ଥାଙ୍କୁ ଅର୍ଡର ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.