banner
Breaking

ଖୁସି ଖବର। ଖୁବଶୀଘ୍ର ଭାରତ ବାହାର କରିବ କରୋନା ପ୍ରତିଶୋଧକ ଟୀକା।

0

ନୂଆଦିଲ୍ଲୀ : ସାରା ବିଶ୍ବରେ ଆତଙ୍କ ପାଲଟିଥିବା କରୋନା ଭୂତାଣୁର ନିରାକରଣ ପାଇଁ ଆଶାର କିରଣ ଦେଖାଦେଇଛି। କରୋନା ପ୍ରତିଷେଧକ ଟିକା ପାଇଁ ଭାରତୀୟ ବୈଜ୍ଞାନିକମାନେ ଆପ୍ରାଣ ପ୍ରଚେଷ୍ଟା ଚଳାଇଛନ୍ତି। ଦେଶର ପ୍ରସିଦ୍ଧ ଗବେଷଣା ପ୍ରତିଷ୍ଠାନ ନେସନାଲ ଇଷ୍ଟିଚ୍ୟୁଟ ଅଫ ଇମ୍ୟୁନୋଲୋଜି(ଏନଆଇଆଇ) ପକ୍ଷରୁ ଏନେଇ ଗବେଷଣା ଜାରି ରହିଛି। ଅନେକ ଜୀବନରକ୍ଷକ ଟିକା ବିକଶିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ଏହି ପ୍ରତିଷ୍ଠାନର ୧୦ ଜଣିଆ ଡାକ୍ତରୀ ଦଳ ଦିନରାତି ଏକ କରି ଗବେଷଣା ଚଳାଇଛନ୍ତି। ଏନଆଇଆଇର ନିର୍ଦ୍ଦେଶକ ଡାକ୍ତର ଅମୂଲ୍ୟ କେ ପଣ୍ଡା କହିଛନ୍ତି, ଏହା ଆମ ପାଇଁ ଏକ ବଡ଼ ଆହ୍ବାନ, ତଥାପି ଆମେ ଏହି ମହାମାରୀ ଭୂତାଣୁର ଟିକା ବିକଶିତ କରିବା ପାଇଁ କାମ ଆରମ୍ଭ କରିଦେଇଛୁ। ହୁଏତ ଖୁବ୍ ଶୀଘ୍ର ଭଲ ଖବର ମିଳିପାରେ, ତେଣୁ ଆମେ ଆଶାବାଦୀ ହୋଇ କାର୍ଯ୍ୟ କରୁଛୁ ବୋଲି ଡାକ୍ତର ପଣ୍ଡା କହିଛନ୍ତି।

ଅନ୍ୟପକ୍ଷରେ ଏହି ଭୂତାଣୁକୁ ନେଇ ପ୍ରଥମ ଥର ଲାଗି ଭାରତୀୟ ବୈଜ୍ଞାନିକମାନଙ୍କୁ ଏକ ସଫଳତା ମିଳିଛି। ସେମାନେ ଏହି ମହାମାରୀ ଭୂତାଣୁର ଆକୃତି ତଥା ରୂପକୁ ଚିହ୍ନଟ କରିବା ସହିତ ତାହାର ଫଟୋ ପ୍ରକାଶ କରିଛନ୍ତି। ମାଇକ୍ରୋସ୍କୋପ ଜରିଆରେ ବୈଜ୍ଞାନିକମାନେ ଏହି ଭୂତାଣୁର ଆକୃତିକୁ ଚିହ୍ନଟ କରିଛନ୍ତି। ବୈଜ୍ଞାନିକମାନେ ଯେଉଁ ଫଟୋ ଜାରି କରିଛନ୍ତି ସେଥିରେ ଭୂତାଣୁର ଆକୃତି ଏକ ବିନ୍ଦୁଠାରୁ ବି ଅନେକ ଗୁଣରେ ଛୋଟ ଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଗତ ଜାନୁୟାରୀ ୩୦ରେ ଭାତରରେ ଆକ୍ରାନ୍ତ ହୋଇଥିବା ପ୍ରଥମ ରୋଗୀଙ୍କ ଗଳାରୁ ଏହି ଭୂତାଣୁର ନମୁନା ସଂଗ୍ରହ କରାଯାଇଥିଲା। ସେହି ନମୁନାର ପରୀକ୍ଷା କରିବା ପରେ ବୈଜ୍ଞାନିକମାନେ ଭୂତାଣୁର ଆକୃତିକୁ ଚିହ୍ନଟ କରିଛନ୍ତି। ଏହା ପରେ ମାଇକ୍ରୋସ୍କୋପ ଜରିଆରେ ଭୂତାଣୁର ଫଟୋ ଉତ୍ତୋଳନ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.