banner
Breaking

ଓଡିଶାକୁ ବିଭିନ୍ନ ରାଜ୍ୟରୁ ଆସିଥିବା ଲୋକମାନେ ୧୪ ଦିନ ସ°ଗରୋଧରେ ରୁହନ୍ତୁ।

0

ଭୁବନେଶ୍ୱର,୨୫।୩(ଓଡ଼ିଆ ନ୍ୟୁଜ): ଗତ କିଛି ଦିନ ମଧ୍ୟରେ ରାଜ୍ୟ ବାହାରୁ ପାଖାପାଖି ୭୮,୨୩୩ ଜଣ ବ୍ୟକ୍ତି ଫେରି ଆସିଛନ୍ତି। ପ୍ରାୟ ସମସ୍ତେ ଅନ୍ୟ ରାଜ୍ୟରେ ଥିଲେ। ସେମାନଙ୍କ ମଧ୍ୟରୁ ୩ଟି ଜିଲାକୁ ୫ଶହ ପାଖାପାଖି, ୨୭ଟି ଜିଲାକୁ ୧ହଜାରରୁ ଆରମ୍ଭ କରି ୧୧,୦୦୦ ହଜାର ପାଖାପାଖି ଆସିଛନ୍ତି। କେତେକେ ସଂକ୍ରମିତ ରାଜ୍ୟରୁ ଆସିଛନ୍ତି। ଏଥିଯୋଗୁ ସେମାନଙ୍କ ମଧ୍ୟରୁ କେହି ସଂକ୍ରମିତ ହୋଇନାହାନ୍ତି ବୋଲି କୁହାଯାଇପାରିବ ନାହିଁ। ବିଶେଷକରି ୫ ଦିନ ପରେ କରୋନା ଲକ୍ଷଣ ଜଣାପଡୁଥିଲେ ମଧ୍ୟ ଅନେକ କ୍ଷେତ୍ରରେ ୧୨ ରୁ ୧୪ ଦିନ ମଧ୍ୟରେ ସଂକ୍ରମଣ ଜଣାପଡ଼େ। ଏହାକୁ ଦୃଷ୍ଟିରେ ରଖି ନିଜ ଘରେ ୧୪ ଦିନ ସଂଗରୋଧରେ ରହିବାକୁ ପଡ଼ିବ। ସେମାନେ ଅନ୍ୟ ଲୋକଙ୍କ ସହ ମିଳାମିଶା କରିପାରିବେ ନାହିଁ। ନିଜ ସହ ଅନ୍ୟମାନଙ୍କ ସୁରକ୍ଷା ପାଇଁ ଏପରି କରିବାକୁ ପଡ଼ିବ। ପଞ୍ଚାୟତ ଏବଂ ଜିଲା ଅଧିକାରୀମାନଙ୍କୁ ଏହି ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି ବୋଲି ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।
କରୋନା ଛୁଆଁ ରୋଗ। ସତର୍କ, ସଜାଗ,ସଚେତନତା ଅବଲମ୍ବନ କରନ୍ତୁ। ଘରେ ରୁହନ୍ତୁ ନିରାପଦରେ ରହିବେ। (ଓଡିଆ ନ୍ୟୁଜ)

Khansweb Solution Bhubaneswar

Leave A Reply

Your email address will not be published.