banner
Breaking

ଓଡ଼ିଶାର ୩୦ ଟି ଜିଲ୍ଲା ହେଲା ଲକଡାଉନ୍। ଆଜି ମୁଖ୍ୟମନ୍ତ୍ରୀ କରିବେ ଗୁରୁତ୍ୱପୂର୍ଣ୍ଣ ଘୋଷଣା।

0

ଭୁବନେଶ୍ୱର,୨୪/୩(ଓଡ଼ିଆ ନ୍ୟୁଜ) : କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା। ସାରା ଓଡ଼ିଶା ଲକ୍ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସମସ୍ତ ୩୦ଟି ଜିଲ୍ଲାକୁ ଲକ୍‌ଡାଉନ କରିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ମଧ୍ୟରାତ୍ରିରୁ ମାର୍ଚ୍ଚ ୨୯ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଅବଶିଷ୍ଟ ୧୬ଟି ଜିଲ୍ଲା ଲକ୍‌ଡାଉନ ହେବ ।ପ୍ରଥମେ ୫ଟି ଜିଲ୍ଲା ଏବଂ ଗତକାଲି ୯ଟି ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରିଥିଲେ ରାଜ୍ୟ ସରକାର। ଗତ ୨୨ତାରିଖରୁ ୫ଟି ଜିଲ୍ଲା ଗଂଜାମ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଅନୁଗୁଳକୁ ଲକ୍ ଡାଉନ ଘୋଷଣା କରାଯାଇଥିଲା । ପରେ ଆଜିଠୁ ଆଉ ୯ଟି ଜିଲ୍ଲା ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର , ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ାକୁ ଲକ୍ ଡାଉନ ଘୋଷଣା ହୋଇଥିଲା।  ଆଉ ୧୬ଟି ଜିଲ୍ଲା ଯୋଡି ହୋଇଯିବା ପରେ ଏବେ ସମ୍ପୂର୍ଣ୍ଣ ଓଡିଶା ଲକ୍ ଡାଉନ ରହିବ ।

ଆଜି ଅପରାହ୍ନ ୪ଟା ୩୦ରେ ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ବୋଲି କରୋନା ମୁକାବିଲା ନେଇ କୋଭି଼ଡ-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.