banner
Breaking

ଭୁବନେଶ୍ୱରର ଚାରିଆଡେ କରୋନା। ସତର୍କ ନହେଲେ ଘରେ ଘରେ ପଶିଯିବ।

ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ୧୨ ଦିନରେ ୫୮ ପଜିଟିଭ

0

ଭୁବନେଶ୍ୱର,୧୫/୬(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରର ଚାରିପଟେ କରୋନା। ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରୁ ଆରମ୍ଭ ହୋଇଥିଲା କରୋନା। ମାର୍ଚ୍ଚ ୧୫ ତାରିଖରେ ବରଗଡ ଅଞ୍ଚଳରୁ ଚିହ୍ନଟ ହୋଇ ସୂର୍ଯ୍ୟନଗର,ବମିଖାଲ,ୟୁନିଟ ୪,ଓ ଓଲ୍ଡ ଟାଉନ ଇତ୍ୟାଦି ଏରିଆ ଭିତରେ ସିମୀତ ଥଲା। ଏହାକୁ ଚେକ୍ ଦେବାପାଇଁ ବିଏମସି କମିଶନରଙ୍କ ଠାରୁ ଆରମ୍ଭ କରି ପୋଲିସ କମିଶନର ସମସ୍ତ ବିଭାଗୀୟ କର୍ମଚାରୀ ଓ ଶାସନ ପ୍ରଶାସନ କଳ ଦିନରାତି ଏକ କରିଦେଇଥିଲେ ଫଳରେ କରୋନା ହାର ମାନିଥିଲା। ଭୁବନେଶ୍ୱରବାସୀ ଆସ୍ବସ୍ଥି ଲାଭ କରିଥିଲେ। କିଛିଦିନର ନିରବତା ପରେ ଚତୁର୍ଥ ପର୍ଯ୍ୟାୟରେ ପ୍ରବାସୀ ମାନଙ୍କ ଆଗମନ,ମନଇଚ୍ଛା ପ୍ରବେଶ, ବେପରୁଆ ଚାଳିଚଳଣୀ ଓ ସରକାରୀ କଳର ଢିଲା ମନଭାବର ସୁଯୋଗ ନେଇ ଏବେ ଗଳିକନ୍ଦିରେ ବୁଲିଲାଣି କରୋନା। ଗତ କିଛିଦିନ ଭିତରେ ହ°ସପାଳ ଠାରୁ ଆରମ୍ଭ କରି କଳିଙ୍ଗ ବିହାର ଏବଂ ନନ୍ଦନକାନନ ଠାରୁ ଆରମ୍ଭ କରି ଶିଶୁପାଳଗଡ ପର୍ଯ୍ୟନ୍ତ ତାର କାୟା ବିସ୍ତାର କରିବାରେ ଲାଗିଛି। ୧୨ଦିନ ଭିତରେ ୫୮ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ସେଥିମଧ୍ୟରୁ ୩୮ ଜଣଙ୍କ ସ°ଯୋଗୀତ ତଥ୍ୟ ମିଳିଥିବା ବେଳେ ୨୦ ଜଣ ସ୍ଥାନୀୟ ଲୋକ ଅଛନ୍ତି। ଭୁବନେଶ୍ୱରର ପ୍ରାୟ ସ୍ଥାନରେ ପହଞ୍ଚି ଗଲାଣି କରୋନା। ସରକାର ଆଉ ବାଟିପିଆଇଲା ଭଳି ପରିସ୍ଥିତିରେ ନାହାନ୍ତି। ଏଣୁ ‘ନିଜେ ବଞ୍ଚିଲେ ବାପାର ନା’ ନାୟରେ କହିବାକୁ ଗଲେ ଆମ୍ଭେମାନେ ସତର୍କ ରହିବା, ସାମାଜିକ ଦୂରତା ବଜାୟ ରଖିବା ,ବାହାରକୁ ବାହାରିଲେ ସବୁବେଳେ ମାସ୍କ ପିନ୍ଧିବା , ସାବୁନରେ ହାତ ଧୋଇବା ଏବଂ କୌଣସି କାମ ନଥିଲେ ପଦାକୁ ନବାହାରିବା ପରି ପଦ୍ଧତି ଅବଲମ୍ବନ ନକଲେ ଘରେ ଘରେ ପଶିଯିବ କରୋନା।

Khansweb Solution Bhubaneswar

Leave A Reply

Your email address will not be published.