banner
Breaking

କେୟାର ଓ୍ବାର୍ଲଡର ଜାତୀୟ ସାଲିସ୍ ଶାନ୍ତି ସ°ଗଠନର ଶୁଭ ଉଦଘାଟନ।

0

ଭୁବନେଶ୍ୱର,୧୨/୭- ଓଡ଼ିଶାର ସର୍ବପୁରାତନ ସାମାଜିକ ଅନୁଷ୍ଠାନ କେୟାର ଓ୍ବାର୍ଲଡ ପକ୍ଷରୁ ସାମାଜିକ ନ୍ୟାୟ ପ୍ରଦାନ ଓ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ଏକ ଜାତୀୟ ସାଲିସ୍ ଶାନ୍ତି ସ°ଗଠନର ଶୁଭ ଉଦଘାଟନ ନୀଳାଦ୍ରି ବିହାର ସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ସାମାଜିକ ସ୍ତରରେ ନିର୍ଯ୍ୟାତିତ, ନିଷ୍ପେସିତ, ଅସହାୟ, ନିସହାୟ , ଅବହେଳିତ ଓ ଭିନ୍ନକ୍ଷମ ମାନଙ୍କୁ ସାମାଜିକ ନାୟ ପ୍ରଦାନ ପାଇଁ ଏହି ସ°ଗଠନ କାର୍ଯ୍ୟ କରିବ। ଗରିବ ଲୋକମାନଙ୍କ ପାଖରେ ପହଞ୍ଚି ସେମାନଙ୍କର ସୁଖଦୁଃଖ ବୁଝିବା ସହ ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ମାନ ନେବ। ଘରୋଇ କଳିଗୋଳର ଆପୋଷ ସମାଧାନ କରି ପରିବାରରେ ଶାନ୍ତି ପ୍ରତିଷ୍ଠା କରାଯିବ ବୋଲି କେୟାର ଓ୍ବାର୍ଲଡର ପ୍ରତିଷ୍ଠାତା ଅଧ୍ୟକ୍ଷ ଇ° ନବ କିଶୋର ଚୌଧୁରୀ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ସ°ଗଠନ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ କାମ କରିବ। ଆଜି ଏହାର ଜାତୀୟ ସଭାପତି ଭାବେ ସମାଜସେବୀ ଆନନ୍ଦ ଚନ୍ଦ୍ର ପଟ୍ଟନାୟକ, ସାଧାରଣ ସ°ପାଦକ ଭାବେ ସୁକାନ୍ତ ରାଉତ, ସ°ଯୋଜକ ଅଶୋକ ପାତ୍ର , ଆଞ୍ଚଳିକ ସଭାପତି ଦୁଷ୍ମନ୍ତ ଜେନା ଓ ଉପଦେଷ୍ଟା ରୂପେ ବିଦ୍ୟାଧର ବାରିକ ମନୋନୀତ ହୋଇଛନ୍ତି। ଏହି ସ°ଗଠନରେ ବରିଷ୍ଠ ନାଗରିକ , ବୁଦ୍ଧିଜୀବୀ, ଆଇନଜୀବୀ ଓ ମୁରବି ମାନଙ୍କୁ ଆଗାମୀ ଦିନରେ ସାମିଲ କରାଯିବ ବୋଲି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.