banner
Breaking

ଜାତୀୟ ଅସ୍ତି ଓ ଖଞ୍ଜା ଦିବସ ପାଳିତ

0

ଭୁବନେଶ୍ବର, ୪/୮- ଭୁବନେଶ୍ବର ସ୍ଥିତ କେୟାର ହସ୍ପିଟାଲ ଠାରେ ଜାତୀୟ ଅସ୍ଥି ଓ ଖଞ୍ଜା ଦିବସକୁ ଭିନ୍ନ ରୂପରେ ପାଳନ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆଣ୍ଠୁ ପ୍ରତିରୋପଣ କରିଥିବା ୨୦ରୁ ଅଧିକ ରୋଗୀ ରାମ୍ପ ୱାକ୍‌ରେ ଚାଲିଥିଲେ। ରୋଗୀଙ୍କ ପାଇଁ କେୟାର ହସ୍ପିଟାଲ ପକ୍ଷରୁ ହସ୍ପିଟାଲ ପରିସର ମଧ୍ୟରେ ଆଜି ଏକ ସ୍ୱତନ୍ତ୍ର କର୍ମଶାଳା କେୟାର କନେକ୍ଟର ଆୟୋଜନ କରାଯାଇଥିଲା । ଏଥିରେ ରୋଗୀମାନେ ଡାକ୍ତରଙ୍କ ପରାମର୍ଶ ନେବା ସହିତ ଡାକ୍ତରୀ ପରୀକ୍ଷା ମଧ୍ୟ କରିଥିଲେ । ଆଣ୍ଠୁ ପ୍ରତିରୋପଣ କରିଥିବା ରୋଗୀମାନେ ଅପରେସନ୍ ପରେ କିଭଳି ଏକ ଯନ୍ତ୍ରଣା ମୁକ୍ତ ସାଧାରଣ ଜୀବନ ଅତିବାହିତ କରୁଛନ୍ତି, ସେ ସମ୍ପର୍କରେ ନିଜର ଅନୁଭବ କହିଥିଲେ ।
କେୟାର ହସ୍ପିଟାଲର ଅଭିଜ୍ଞ ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ସ୍ପୋର୍ଟସ୍ ଇନଞ୍ଜୁରୀ ରିହାବିଲିଟେସନ୍ ବିଭାଗର ମୁଖ୍ୟ ଡାକ୍ତର ସନ୍ଦୀପ ସିଂହ ଅତ୍ୟାଧୁନିକ ପଦ୍ଧତିରେ କିଭଳି ଆଣ୍ଠୁ ପ୍ରତିରୋପଣ କରାଯାଉଛି, ସେ ସମ୍ପର୍କରେ ଆଲୋଚନା କରିବା ସହିତ ଦୀର୍ଘଦିନ ପର୍ଯ୍ୟନ୍ତ ଏକ ଯନ୍ତ୍ରଣା ମୁକ୍ତ ଜୀବନ ପାଇଁ ଆମର ଖାଦ୍ୟପେୟ ଓ ଜୀବନଶୈଳୀ କିଭଳି ହେବା ଉଚିତ୍ ସେ ବାବଦରେ କହିଥିଲେ ।
ଏହି ଅବସରରେ କେୟାର ହସ୍ପିଟାଲ ଭୁବନେଶ୍ବରର ଏଚସିଓଓ କିସଲେ ଆନନ୍ଦ ବିଭିନ୍ନ ପ୍ରକାର ଅସ୍ଥିଗତ ସମସ୍ୟା ପାଇଁ କେୟାର ହସ୍ପିଟାଲ୍ ଭୁବନେଶ୍ବରରେ ଉପଲବ୍ଧ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ସମ୍ପର୍କରେ ଆଲୋଚନା କରିଥିଲେ । ଡା. ଲୋକନାଥ ଦାଶ (ଜିଏମ୍ ବିଡ଼ି) ଗରୀବ ରୋଗୀଙ୍କ ପାଇଁ କେୟାର ହସ୍ପିଟାଲରେ ମହଜୁଦ ରହିଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.