banner
Breaking

ମାତ୍ରାଧିକ ଜଙ୍କଫୁଡ ଖାଇଲେ ସ୍ତନ କର୍କଟ ସମ୍ଭାବନା ଅଧିକ।ସ୍ପର୍ଶ ହସ୍ପିଟାଲରେ ବିଶ୍ୱ ସ୍ତନ କର୍କଟ ସଚେତନତା ଦିବସ ପାଳନ

0

ଭୁବନେଶ୍ବର,୨୯/୧୦(ଓଡ଼ିଆ ନ୍ୟୁଜ):ବିଶ୍ୱ ସ୍ତନ କର୍କଟ ଦିବସ ଉପଲକ୍ଷେ ସ୍ପର୍ଶ ହସ୍ପିଟାଲ ସହିତ ହେଟ୍ରୋ ହେଲଥ୍ କେୟାର୍ ଏବଂ ଲାଇଅନସ୍ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନର ମିଳିତ ସହଯୋଗରେ ସ୍ତନ କର୍କଟ ଦିବସ ସ୍ପର୍ଶ ହସ୍ପିଟାଲରେ ଏକ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଅଛି । ସାଧାରଣତଃ ସବୁ କର୍କଟ ରୋଗଠାରୁ ସ୍ତନ କର୍କଟ ଅତି ସାଧାରଣ ଅଟେ କିନ୍ତୁ ସ୍ତନ କର୍କଟ ଜନିତ ରୋଗ ଦ୍ୱାରା ହେଉଥିବା ମହିଳାମାନଙ୍କର ମୃତ୍ୟୁ ହିଁ ପ୍ରମୁଖ କାରଣ ଅଟେ । ଏହି ସଚେତନତା କାର୍ଯ୍ୟକ୍ରମରେ ଚିକିତ୍ସିତ ହେଉଥିବା ରୋଗୀ, ସୁସ୍ଥ ହୋଇଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନଙ୍କୁ ସ୍ତନ କର୍କଟ ରୋଗ ବିଷୟରେ ସଚେତନ ପାଇଁ ଏକ ଛୋଟ ପ୍ରୟାସ କରାଯାଇଥିଲା । କର୍କଟ ବିଶେଷଜ୍ଞଙ୍କ ମତରେ ଯଦି ରୋଗ ପ୍ରଥମାବସ୍ଥାରେ ଜଣା ପଡ଼ିଥାଏ ତାହାଲେ ରୋଗକୁ ଭଲ କରିହେବ । ସେଥିପାଇଁ କିଛି ସାବଧାନତା ଏବଂ ସଚେତନତାର ଆବଶ୍ୟକ । ଯଦି ସ୍ତନରେ ଗେଟା ହେବା, ଅସ୍ଥିରତା ଦେଖାଦେବା, କିଛି ଯଦି କଷ୍ଟ ଅନୁଭବ କଲେ, ରକ୍ତ କ୍ଷରଣ ହେଲେ, ଲାଲ୍ ଦେଖାଗଲେ ଏବଂ ଯଦି ରୋଗ ବଂଶାନୁକ୍ରମ ହୋଇଥିବ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ କରିବା ଉଚିତ୍ । ଏଥି ସହିତ ଯଦି ବର୍ତ୍ତମାନ ଜୀବନ ଶୈଳୀରେ ପରିବର୍ତ୍ତନ ତଥା ମଦ୍ୟପାନ, ମାତ୍ରାଧିକ ଧୂମ୍ରପାନ, ବ୍ୟାୟାମର ଅଭାବ, ଉଚ୍ଚରକ୍ତଚାପ ଥିଲେ, ମାତ୍ରାଧିକ ଜଙ୍କଫୁଡ ଖାଇଲେ, ଶିଶୁମାନଙ୍କୁ ସ୍ତନପାନ କରାଉଥିବା ମହିଳାମାନେ ପାଖରେ ଏହି ରୋଗ ଦେଖାଦେବାରେ ସମ୍ଭାବନା ଥାଏ ।
ଏହି କାର୍ଯ୍ୟକ୍ରମରେ ସ୍ପର୍ଶ ହସ୍ପିଟାଲ୍ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ତଥା ଓଡ଼ିଶାର ସୁନାମଧନ୍ୟ କର୍କଟ ବିଶେଷଜ୍ଞ ଡ଼ା. ଘନଶ୍ୟାମ ବିଶ୍ୱାସ, କର୍କଟ ଶଲ୍ୟ ଚିକିତ୍ସକ ଡ଼ା. ଦୀପକ ରାଉତ୍ରାୟ, ଲାପାରାସ୍କୋପିକ୍ ଏବଂ କର୍କଟ ଚିକିତ୍ସକ ଡ଼ା. ମାଧୁରୀ ପଟ୍ଟନାୟକ, ନିଦାନବିଦ୍ ଡ଼ା. ସୁତପା ବିଶ୍ୱାସ ଏବଂ ଲାଇଅନସ୍ ମିନତୀ ବେହେରା କ୍ୟାନସ୍ର ଫାଉଣ୍ଡେସନର ସଭାଧ୍ୟକ୍ଷ ଡ଼ା.ସୂର୍ଯ୍ୟନାରାୟଣ ବେହେରା ଏବଂ ସମ୍ପାଦକ ସୁଚିସ୍ମୀତା ପୃଷ୍ଟି ଉପସ୍ଥିତ ରହି ରୋଗୀମାନଙ୍କୁ ସଚେତନ କରାଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.