banner
Breaking

କ୍ୟାନ୍ସର ପାଇଁ ଭ୍ୟାକ୍ସିନ୍ ଖୁବଶୀଘ୍ର

0

ନୂଆଦିଲ୍ଲୀ: କ୍ୟାନ୍ସରକୁ ମାତ୍‌ ଦେବାକୁ ଖୁବ୍‌ଶୀଘ୍ର ବଜାରରେ ଉପଲବ୍ଧ ହେବ କ୍ୟାନ୍ସର ଭ୍ୟାକ୍ସିନ୍‌ । ସେରମ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଏହି ଟିକା ବଜାରରେ ଉପଲବ୍ଧ ହେବା ନେଇ ସୂଚନା ଦିଆଯାଇଛି । ମିଳିଥିବା ତଥ୍ୟ ଅନୁସାରେ ଚଳିତ ମାସ ଶେଷ ସୁଦ୍ଧା ଗର୍ଭାଶୟ କ୍ୟାନ୍‌ସର ପାଇଁ ‘CERVAVAC’ ଭ୍ୟାକ୍ସିନ୍‌ ବଜାରରେ ମିଳିବ । ଏହି ଭ୍ୟାକ୍ସିନ୍‌ ମାତ୍ର ୨୦୦୦ ଟଙ୍କାରେ ବିକ୍ରି ହୋଇପାରେ ବୋଲି କୁହାଯାଉଛି । ଗତ ଜାନୁଆରୀ ମାସ ୨୪ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ସେରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଆଦର ପୁନାୱାଲାଙ୍କ ଉପସ୍ଥିତିରେ ଏହାର ଆରମ୍ଭ ହୋଇଥିଲା । ଯାହା ଆଗାମୀ ଦିନରେ ବଜାରକୁ ଆସିବାକୁ ଯାଉଛି । ଆଉ ଏହା ଭାରତର ପ୍ରଥମ ଗର୍ଭାଶୟ କ୍ୟାନ୍‌ସର ଭ୍ୟାକ୍ସିନ୍‌ ହେବ ।

ଅଧିକାରୀଙ୍କ କହିବା ଅନୁସାରେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଚିଠି ଲେଖି ଏ ସମ୍ପର୍କରେ ଜଣାଯାଇଛି । ଘରୋଇ ବଜାରରେ ଏହି ଗର୍ଭାଶୟ କର୍କଟ ଟିକାର ମୂଲ୍ୟ ଡୋଜ ପ୍ରତି ୨୦୦୦ ଟଙ୍କା ନିର୍ଦ୍ଧାରିତ କରାଯାଇଛି । ଏହି ଟିକା ବଜାରରେ ୨ଟି ଡୋଜ୍‌ ଆକାରରେ ଉପଲବ୍ଧ ହେବ । ଯାହାକି ଅନ୍ୟ ଟିକା ଠାରୁ କମ୍‌ ମୂଲ୍ୟ ରହିବ ବୋଲି କୁହାଯାଇଛି । ଏହା ବ୍ୟତୀତ ସରକାରଙ୍କ ପକ୍ଷରୁ ଏହି ଟିକାକୁ କମ୍‌ ମୂଲ୍ୟରେ ଉପଲବ୍ଧ କରାଯିବ ବୋଲି କୁହାଯାଇଛି । ଆମେ ଏଠାରେ କହିରଖିବୁ ଭାରତରେ ଗର୍ଭାଶୟ କ୍ୟାନ୍‌ସର ପାଇଁ ବିଦେଶୀ ଟିକା ଉପଲବ୍ଧ ହେଉଛି । ଯାହାର ମୂଲ୍ୟ ଭାରତୀୟ ଟିକା ଠାରୁ ଢେର ଅଧିକ । ଆମେରିକା କମ୍ପାନୀ ମର୍କର ଏଚପିବି ଭ୍ୟାକ୍ସିନର ଦାମ୍ ପ୍ରାୟ ୧୦ ହଜାର ଟଙ୍କା ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଚପିବି ଭ୍ୟାକ୍ସିନକୁ ଟିକାକରଣରେ ସାମିଲ କରାଯାଇଛି ।

ପରେ ଏହି ଟିକାର ମୂଲ୍ୟକୁ ନେଇ କେନ୍ଦ୍ର ସରକାର ବିଚାରବିମର୍ଶ କରୁଥିଲେ । ଯାହାକି ଆଗାମୀ ଦିନରେ ଭାରତର ଗର୍ଭାଶୟ କ୍ୟାନ୍‌ସର ଟିକା ବଜାରକୁ ଆସିବାକୁ ଯାଉଛି । ୯ରୁ ୧୪ ବର୍ଷର ନାବାଳିକାଙ୍କୁ ଏହି ଟିକା ଦିଆଯିବଆ ନେଇ ମଧ୍ୟ ଧ୍ୟାନ ଦିଆଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.