banner
Breaking

କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

0

ଭୁବନେଶ୍ବର,(ବ୍ୟୁରୋ): ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୋଟ ୧୩ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର ଲାଗିଥିବା ସୂଚନା ମିଳିଛି। ଓଡ଼ିଶା ଇଲେକ୍ଟ୍ରିକାଲ ସର୍ଭିସ ଇଞ୍ଜିନିୟରିଂ କ୍ୟାଡର ପୁନର୍ଗଠିତ ହେବା ନେଇ ପ୍ରସ୍ତାବ ଉପରେ ମୋହର ବାଜିଥିବାବଳେ ଲୋ ଭୋଲଟେଜ ସମସ୍ୟା ଦୂର ପାଇଁ ୨୬୦କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ହୋଇଛି। ଆଠମଲ୍ଲିକ, ଏମ-ରାମପୁର, ଚିତାଳୋ, ଆଗଲପୁରରେ ଗ୍ରୀଡ ସବଷ୍ଟେସନ ପାଇଁ ୨୬୦କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକଳ୍ପ କାର୍ୟ୍ୟକାରୀ ହେଲେ ୨୯ଟି ଗାଁର ୫୦୦୦ରୁ ଊର୍ଦ୍ଧ୍ବ ହେକ୍ଟର ଜମିରେ ଜଳସେଚନ କରାଯାଇପାରିବ। ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ ସୁଧାର ପାଇଁ ଖର୍ଚ୍ଚ ହେବ ୧୭ ଶହ ୯୬କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଏଥିସହ ନିୟମିତ ହେବେ ୩ ହଜାର ୩୨୮ ବହୁଭାଷୀ ଶିକ୍ଷା ସହାୟକଙ୍କୁ ୬ବର୍ଷ ପରେ ସେମାନଙ୍କୁ ସହକାରୀ ଶିକ୍ଷକ ମାନ୍ୟତା ମିଳିବ। କଳାହାଣ୍ଡି ଜିଲାରେ ୧୨୬କୋଟିର ସାନ୍ଦୁଲ ବ୍ୟାରେଜ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବାବେଳେ ରେଙ୍ଗାଲି ଦକ୍ଷିଣ କେନାଲରେ ଜଳସେଚନ ପାଇଁ ୪୪୩କୋଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ପୌର ଆଇନ ଓ ମହାନଗର ନିଗମ ଆଇନ ସଂଶୋଧିତ ହୋଇଛି। ଏହି କେନାଲ ଦ୍ବାରା ଢେଙ୍କାନାଳ ଓ କଟକ ଜିଲ୍ଲାରେ ୨୪ ହଜାରରୁ ଊର୍ଦ୍ଧ୍ବ ହେକ୍ଟର ଜମିରେ ଜଳସେଚନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। କଟକ ଏସସିବି ମେଡିକାଲ କଲେଜ ପାଇଁ ୮୮୮କୋଟି ଖର୍ଚ୍ଚ ହେବାକୁ ଥିବାବେଳେ ୬୦୦ରୁ ଅଧିକ ଡାକ୍ତରଙ୍କ ପାଇଁ କ୍ବାର୍ଟର୍ସ ନିର୍ମାଣ କାମ ୨ବର୍ଷରେ ଶେଷ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.