banner
Breaking

ରାଜ୍ୟ କ୍ୟାବିନେଟରେ ନିଯୁକ୍ତି ପାଇଁ ନୂଆ ଅଧିନିୟମ

0

ଭୁବନେଶ୍ୱର : ରାଜ୍ୟ ସରକାର ଆଜି କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଥିରେ ରଜ୍ୟରେ ସବ-ଇନସ୍ପେକ୍ଟର ନିଯୁକ୍ତି ନେଇ ନୂଆ ଅଧିନିୟମ-୨୦୨୩ ଆଣିବାକୁ ନିଷ୍ପତ୍ତି ହୋଇଛି। ନୂଆ ନିୟମ ଆସିଲେ ପୂର୍ବରୁ ଥିବା ଅଧିନିୟମକୁ ସମାପ୍ତ କରିଦିଆଯିବ ବୋଲି ଆଜି ରାଜ୍ୟ କ୍ୟାବିନେଟ୍ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଏହା ସହ ଓଡ଼ିଶା ଜଙ୍ଗଲ ସେବା କ୍ୟାଡରର ପୁନର୍ଗଠନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଛି। ତା ସହିତ ଜିପିଏଫ ଅଧିନିୟମ-୧୯୩୮ର ସଂଶୋଧନ, ଅବକାରୀ ମନ୍ତ୍ରାଳୟରେ ସହାୟକ, ବରିଷ୍ଠ ସହାୟକ ଓ ସେକ୍ସନ ଅଫିସରଙ୍କ ନିଯୁକ୍ତି ନେଇ ନୂଆ ସର୍ତ୍ତାବଳୀକୁ ଲାଗୁ କରିବାକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି।

Khansweb Solution Bhubaneswar

Leave A Reply

Your email address will not be published.