banner
Breaking

ଆଳୁ ଉପରେ କରୋନା ମାଡ।

0

ଭୁବନେଶ୍ୱର,୬।୫(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌ ଉଗ୍ରରୂପ ଧାରଣ କରିଛି । ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ମେ ୫ରୁ ୧୯ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହାର ଫାଇଦା ଉଠାଉଛନ୍ତି କିଛି ଅସାଧୁ ବେପାରୀ । ଗରିବଙ୍କ ପ୍ରିୟ ଖାଦ୍ୟ ଆଳୁ ଉପରେ ପଡିଛି କରୋନା ମାଡ। ଦୁଇଦିନ ତଳେ ଆଳୁ କିଲୋ ପିଛା ୧୫ ଟଙ୍କା ବସ୍ତା ୫ ଶହ ଥିବା ବେଳେ ଗୁରୁବାର ତାହା କିଲୋ ପିଛା ୨୦ ରୁ ୨୫ ଟଙ୍କା ବସ୍ତା ୭୫୦ ଟଙ୍କାରେ କିଣୁଛନ୍ତି ଖାଉଟି। ଲକଡାଉନ୍ ଯୋଗୁଁ କାମଧନ୍ଦା ହରାଇଥିବା ଶ୍ରମିକ ମାନଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ସୃଷ୍ଟି କରିଛି। ଖାଲି ସେତିକି ନୁହେଁ ମଧ୍ୟବିତ୍ତ ପରିବା ଡାଲାରେ ଆଳୁ ଗୋଟିଏ ଦୁଇଟି ପଡିଛି। ସରକାରଙ୍କ ପକ୍ଷରୁ କଳାବଜାରୀ ରୋକିବା ପାଇଁ ଗଠିତ ହୋଇଥିବା ଟିମର ଦେଖା ଦର୍ଶନ ନାହିଁ ବୋଲି ଲୋକମାନେ ଅଭିଯୋଗ ଆଣିଛନ୍ତି। ଏହିଭଳି ପରିପ୍ରେକ୍ଷୀରେ ଆଳୁ ବିକ୍ରି କରିବାକୁ ଡର ଲାଗୁଛି ବୋଲି କହିଛନ୍ତି ଖୁଚୁରା ବେପାରୀ। ସେହିପରି ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ତଥା ଡାଲି, ତେଲ, ଚିନି ଆଦିର ମଧ୍ୟ ଦର ବୃଦ୍ଧି ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.